28.1 C
Bhubaneswar
Monday, September 21, 2026
Homeଓଡିଶାଏଣିକି ୧୨ ଘଣ୍ଟା ଖୋଲା ରହିବ ପରିଜା ଲାଇବ୍ରେରୀ

ଏଣିକି ୧୨ ଘଣ୍ଟା ଖୋଲା ରହିବ ପରିଜା ଲାଇବ୍ରେରୀ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀ ଏଣିକି ୧୨ ଘଣ୍ଟିଆ ଖୋଲା ରହିବ । ଆଗରୁ ପ୍ରାୟ ୧୦ ଘଣ୍ଟା ଖୋଲାଯାଉଥିଲା । ସକାଳ ୯ଟାରୁ ସଂଧ୍ୟା ୭ଟା ଯାଏ ଏହି ଲାଇବ୍ରେରୀ ଖୋଲାଯାଉଥିଲା । ମାତ୍ର ଏବେ ସକାଳ ୮ଟାରୁ ସଂଧ୍ୟା ୮ଟା ପର୍ଯ୍ୟନ୍ତ ଲାଇବ୍ରେରୀ ଖୋଲା ରହିବ । ଏଥିସହ ରିଡିଂ ରୁମ୍ ମଧ୍ୟ ଖୋଲା ରହିବ । ଆଜିଠୁ ୧୨ ଘଣ୍ଟିଆ ଲାଇବ୍ରେରୀ ସେବାର ଶୁଭାରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟରେ ଶ୍ରେଣୀ ଗୃହ ପାଠପଢ଼ା ବାଦ୍ ଲାଇବ୍ରେରୀରେ ନିଜକୁ ସମୟ ଦେଇପାରିବେ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନାଯୋଗ୍ୟ, ପରିଜା ଲାଇବ୍ରେରୀ ଆର୍ଏଫ୍ଆଇଡି ଟେକ୍ନୋଲୋଜି ସହ ଇ-ଗ୍ରନ୍ଥାଳୟ ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ସଫ୍ଟୱେର ଦ୍ୱାରା ପୁରା ଅଟୋମେଟିକ୍ ରହିଛି । ଏଥିସହ ଏଠାରେ ମାଗଣା ୱାଇଫାଇ ସୁବିଧା ରହିଛି । ଏଠାରେ ୨ଲକ୍ଷ ୭୧ ହଜାର ୫୦୦ଟି ବହି ଅଛି । ୫ହଜାର ୮୦୦ ମନୁସ୍କ୍ରିଫ୍ଟ ଓ ୫ ହଜାର ୬୦୦ ପିଏଚ୍ଡି ଥେସିସ୍ ରହିଛି । ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଆଉ ଦୁଇ ଘଣ୍ଟା ସମୟ ଅବଧି ବୃଦ୍ଧି କରିଛନ୍ତି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ କହିଛନ୍ତି, ଆଗରୁ ୧୦ ଘଣ୍ଟା ଖୋଲାଯାଉଥିଲା । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ଆଉ ୨ ଘଣ୍ଟା ଖୋଲାଯିବ । ଏହି ସୁବିଧା ଆସନ୍ତାକାଲିଠୁ ଉପଲବ୍ଧ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking