ବାଲିପାଟଣା: ବାଲିପାଟଣା ଥାନା ପମ୍ପାଲୋ ଚଣାହଟ୍ଟା ରାସ୍ତାରେ ଆଜି ଏକ ସ୍କୁଲ ଅଟୋ ଓଲଟି ପଡ଼ିଛି | ଗାଡ଼ିରେ ବସିଥିବା ୫ ଜଣ ଛାତ୍ର, ଛାତ୍ରୀ ଅଳ୍ପକେ ଉଦ୍ଧାର ପାଇଛନ୍ତି | ସୂଚନା ଅନୁସାରେ ବୁଧିପଡା ପୂରଣ ସ୍ଥିତ ଏକ ଘରୋଇ ସ୍କୁଲ ଛାତ୍ର, ଛାତ୍ରୀଙ୍କୁ ଛାଡିବା ପାଇଁ ଟାଟା ମ୍ୟାଜିକ ଅଟୋ ନଂ ଓଡି ୦୨ ଏଏନ ୩୯୫୨ ରେ ବାଲିପାଟଣା ଆସିଥିଲା |ପମ୍ପାଲୋ ଚଣାହଟ୍ଟା ରାସ୍ତାର ବଳଭଦ୍ରପୁର ନିକଟରେ ବାମ ପଟ କାଡ଼ା କେନାଲ କୁ ହଠାତ ଓଲଟି ପଡ଼ିଥିଲା | ୫ ଜଣ ଛୋଟ ପିଲା ପାଣିରେ ପଡ଼ିଥିଲେ | ସେମାନଙ୍କ ଶରୀରରେ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି | ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ | ଛାତ୍ର, ଛାତ୍ରୀଙ୍କ ସ୍କୁଲ ବ୍ୟାଗ ପୋଷାକ, ଜୋତା ପାଣିରେ ବୁଡ଼ି ଯାଇଛି | ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଦୁର୍ଘଟଣା ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି | ଡ୍ରାଇଭର ଗାଡ଼ିଚଳାଉଥିବା ଅବସ୍ଥାରେ ଫୋନରେ ଗପି ଅନ୍ୟମନସ୍କ ହୋଇଥିବା ଛାତ୍ରଛାତ୍ରୀ କହିଛନ୍ତି |










