28.1 C
Bhubaneswar
Friday, August 21, 2026
Homeଓଡିଶାବନ୍ଦ ହେଲା ହୀରାକୁଦର ୪ଟି ଗେଟ

ବନ୍ଦ ହେଲା ହୀରାକୁଦର ୪ଟି ଗେଟ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି ମିଶି ସମୁଦାୟ ୬ଟି ସ୍ଲୁଇସ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମପାର୍ଶ୍ୱର ୯ ଓ ଦକ୍ଷିଣ ପାର୍ଶର ୨ଟି ମିଶି ମୋଟ୍‌ ୧୧ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ପୂର୍ବାହ୍ନ ସାଢ଼େ ୯ଟା ସମୟରେ ପ୍ରାପ୍ତ ସୂଚନା ଅନୁସାରେ, ଜଳଭଣ୍ଡାରର ଜଳସ୍ତର ୬୨୧.୫୦ ଫୁଟ ରହିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୫୯ ହଜାର ୮୫୦ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ୍‌ ୨ ଲକ୍ଷ ୭ ହଜାର ୧୪୧ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ୧୧ଟି ସ୍ଲୁଇସ ଗେଟ୍‌ ଜରିଆରେ ୧ ଲକ୍ଷ ୭୩ ହଜାର ୬୧୩ ଘନଫୁଟ ଏବଂ ବିଭିନ୍ନ କେନାଲ, ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ମୋଟ୍‌ ୩୪,୦୬୪ ଘନଫୁଟ ଜଳ ନିଷ୍କାସିତ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking