ଜଗତସିଂହପୁର: ଜଗତସିଂହପୁର ସଦର ଥାନା ବେନୁଖଣ୍ଡାରେ ଅଘଟଣ। ବିଲରେ ହଳ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ। ମୃତକ ହେଲେ ଅଜୟ କୁମାର ସାହୁ ଓ ସାଗର ଭୋଇ।ଗୁରୁତର ଅବସ୍ଥାରେ ସଦର ମେଡିକାଲକୁ ଅଣାଯିବା ପରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କଲେ। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।










