ଭଦ୍ରକ: ମାରେ ହରି ରଖେ କିଏ, ରଖେ ହରି ମାରେ କିଏ, ଏହି ଆପ୍ତ ବଚନ ପୁଣିଥରେ ଭଦ୍ରକର ବନ୍ୟାଞ୍ଚଳରେ ପ୍ରମାଣିତ ହୋଇଛି। ବନ୍ୟାପ୍ରଭାବିତ ଧାମନଗର ବ୍ଲକ ବାଲିପାଟଣା ଗାଁରେ ବର୍ଷା ଓ ବଢ଼ି ମଧ୍ୟରେ ନିଖୋଜ ହୋଇଯାଇଥିବା ବାହୁକା ନାମକ ଜଣେ ବ୍ୟକ୍ତିଙ୍କୁ ୫ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ବାଲିପାଟଣା ଗ୍ରାମର ବାହୁକା ନାମକ ଜଣେ ବ୍ୟକ୍ତି ୫ ଦିନ ଧରି ନିଖୋଜ ଥିବା ବେଳେ ଓଡ୍ରାଫ୍ ଟିମ୍ ତାଙ୍କୁ ସଫଳତାର ସହ ଉଦ୍ଧାର କରିଛି।ଓଡ୍ରାଫ୍ ଟିମ୍ ବଜାପତି ପଡ଼ିଆ ଅଞ୍ଚଳରୁ ବାହୁକାଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ବାଲିପାଟଣା ମେଡିକାଲକୁ ନିଆଯାଇ ଭର୍ତ୍ତି କରାଇଛି। ସେଠାରେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାଯାଇଛି। ବନ୍ୟା ପରିସ୍ଥିତି ମଧ୍ୟରେ ଓଡ୍ରାଫ୍ ଟିମର ନିରନ୍ତର ଓ ସାହସିକ ଉଦ୍ଧାର କାର୍ଯ୍ୟକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।










