30.1 C
Bhubaneswar
Wednesday, August 12, 2026
Homeଓଡିଶାସମ୍ବଲପୁର ସଦର ରେଞ୍ଜରୁ ମାଈ ହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର ସଦର ରେଞ୍ଜରୁ ମାଈ ହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର: ଆଜି ହାତୀ ଦିବସ , ସମ୍ବଲପୁର ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ନେଉନଥିବା ବେଳେ ସଦର ରେଞ୍ଜ ଅନ୍ତର୍ଗତ ମୁଣ୍ଡେର ଜଙ୍ଗଲରେ ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି । ସୂଚନା ଅନୁଯାୟୀ, ଗତ ପ୍ରାୟ ତିନି ଦିନ ହେବ ମାଈ ହାତୀଟିର ମୃତ୍ୟୁ ହୋଇସାରିଥିବା ଅନୁମାନ କରାଯାଉଛି । ମୃତଦେହ ପଚି ଶଢ଼ି ଜଙ୍ଗଲରେ ଦୁର୍ଗନ୍ଧ ହେବା ପରେ ଆଜି ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି ।ତେବେ ହାତୀର ମୃତ୍ୟୁ ସ୍ୱାଭାବିକ କିମ୍ବା ଏହା ପଛରେ କୌଣସି ଶିକାରୀର ହାତ ରହିଛି, ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ସମ୍ବଲପୁର ଜିଲ୍ଲାରେ ବାରମ୍ବାର ହାତୀ ମୃତ୍ୟୁ ହେଉଥିବାରୁ ପରିବେଶବିତ୍‌ ଓ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking