28.9 C
Bhubaneswar
Friday, August 7, 2026
Homeଓଡିଶାବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର

ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି ଜଳକା ନଦୀ । ପୁଣି ଥରେ ବଢ଼ିବାରେ ଲାଗିଛି ନଦୀର ଜଳସ୍ତର। ମଥାନୀ ଠାରେ ଜଳସ୍ତର ବିପଦ ସଙ୍କେତ ଟପିଯାଇଛି । ସୂଚନା ଅନୁସାରେ, ମଥାନୀ ଠାରେ ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ, ଆଜି ସକାଳ ୮ଟା ସୁଦ୍ଧା ଜଳସ୍ତର ୬.୫୬ ମିଟରରେ ପହଞ୍ଚିଛି । ଫଳରେ ନଦୀ ତଳିଆ ଅଞ୍ଚଳରେ ପୁଣି ବନ୍ୟା ଭୟ ଦେଖାଦେଇଛି । ଗତ ବନ୍ୟାର ପାଣି ଏପର୍ଯ୍ୟନ୍ତ ଅନେକ ତଳିଆ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ନିଷ୍କାସନ ହୋଇନଥିବା ବେଳେ, ପୁଣି ଥରେ ଜଳସ୍ତର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି । ବସ୍ତା ଅଞ୍ଚଳରେ ଗତ ୩ରୁ ୪ ଦିନ ଧରି ବିଶେଷ ବର୍ଷା ହୋଇନଥିଲେ ମଧ୍ୟ, ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀରେ ପାଣି ବଢ଼ୁଥିବା ଜଣାପଡ଼ିଛି ।ନଦୀର ଜଳସ୍ତର ବଢ଼ିବା ସହ ନଦୀ କୂଳିଆ ଗାଁଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଉଛି । ଲୋକଙ୍କୁ ସତର୍କ ରହିବା ସହ ନଦୀ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking