ନୂଆଦିଲ୍ଲୀ: ଦିଲ୍ଲୀରେ ଓଡିଶା ଫୁଡ ପ୍ରୋ ୨୦୨୬ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ଜାତୀୟ ସ୍ତରରେ ନିବେଶକ ଏବଂ ଶିଳ୍ପପତିଙ୍କୁ ଭେଟିଲେ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଡ ନିବେଶ ଆଣିବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆହୁରି କହିଛନ୍ତି, ବ୍ଲ୍ୟୁ ଇକୋନୋମିକ ବିକାଶକୁ ଗୁରୁତ୍ୱ ଦିଆଯାଉଛି । ଓଡିଶାକୁ ଫୁଡ ପ୍ରୋସେସିଂ ହବରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ । ୫୭୫ କିମି ଦୀର୍ଘ ସମୁଦ୍ର ଉପକୂଳ ଅଛି, ବ୍ଲ୍ୟୁ ଇରୋନୋମିକକୁ ଗୁରୁତ୍ୱ ଦେଉଛୁ । ରେଲୱେ , ପୋର୍ଟ ମାଧ୍ୟମରେ ରପ୍ତାନୀ ସୁବିଧା ଦେବୁ । କୋରାପୁଟ କଫି ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛିା










