ଭୁବନେଶ୍ବର: ଓଡିଶା ହ୍ୟୁମାନ ରାଇଟ କମିଶନର ସଦସ୍ୟ ଭାବେ ଆଡଭୋକେଟ ବିରାଜ ଶଙ୍କର ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହି ନିଯୁକ୍ତି ଦିଆଯାଇଛି। ଏ ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏନେଇ ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି (୧୧୫୪୫/୧୮ ଅଗଷ୍ଟ ୨୦୨୬) ଅନୁସାରେ ମାନବାଧିକାର ଆଇନ ୧୯୯୩ର ଧାରା ୧ ଓ ଉପଧାରା ୨୨ ଅନୁସାରେ ଶ୍ରୀ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ସେ କାର୍ଯ୍ୟଭାର ଗ୍ରହଣ କରିବା ଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି ଦର୍ଶାଯାଇଛି। କେନ୍ଦୁଝର ନିବାସୀ ନାରାୟଣ ମିଶ୍ରଙ୍କ ପୁଅ ହେଉଛନ୍ତିଆଡଭୋକେଟବିରାଜ ଶଙ୍କର ମିଶ୍ର। ଓଡିଶା ହ୍ୟୁମାନ ରାଇଟ କମିଶନର ନାଗରିକଙ୍କ ଅଧିକାରକୁ ସୁରକ୍ଷା ଦେବା ଏବଂ ମାନବାଧିକାର ଉଲ୍ଲଂଘନ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।










