33.1 C
Bhubaneswar
Thursday, August 27, 2026
Homeଦେଶ ବିଦେଶବୁଲିବାକୁ ଯାଇ ନେପାଳରେ ନିଖୋଜ ଓଡ଼ିଆ ଦମ୍ପତି

ବୁଲିବାକୁ ଯାଇ ନେପାଳରେ ନିଖୋଜ ଓଡ଼ିଆ ଦମ୍ପତି

ନୂଆଦିଲ୍ଲୀ: ନେପାଳରେ ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଓଡ଼ିଆ ଦମ୍ପତି ନିଖୋଜ ହୋଇଥିବା ଖବର ଚିନ୍ତା ବଢ଼ାଇଛି । ବୁଲିବା ପାଇଁ ଅଷ୍ଟ୍ରେଲିଆରୁ କାଠମାଣ୍ଡୁ ଆସିଥିବା ଓଡ଼ିଆ ଦମ୍ପତି ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁଙ୍କର ବନ୍ୟା ପରେ କୌଣସି ପତ୍ତା ମିଳୁନଥିବା ସୂଚନା ମିଳିଛି । ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ବିଚ୍ଛିନ୍ନ ହୋଇଛି । ଏଭଳି ସ୍ଥିତିରେ ନିଖୋଜ ଓଡ଼ିଆ ଦମ୍ପତିଙ୍କୁ ନେଇ ପରିବାର ଲୋକେ ଚିନ୍ତାରେ ଅଛନ୍ତି ।ନୋଡାଲ ଅଫିସର ପ୍ରିତୀଶ ପଣ୍ଡାଙ୍କ ସୂଚନା ଅନୁସାରେ, ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁ ନେପାଳ ବୁଲିବା ପାଇଁ ଆସିଥିଲେ । ହେଲେ ପ୍ରଳୟଙ୍କାରୀ ବନ୍ୟା ପରେ ଉଭୟଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । ବର୍ତ୍ତମାନ ନିଖୋଜ ଦମ୍ପତିଙ୍କ ସନ୍ଧାନ ପାଇଁ ଉଦ୍ୟମ ଜାରି ରହିଛି । ପ୍ରକୃତିର ଏହି ଭୟଙ୍କର ତାଣ୍ଡବ ମଧ୍ୟରେ ନିଜ ଲୋକଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ପରିବାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking