31.1 C
Bhubaneswar
Thursday, August 27, 2026
Homeଦେଶ ବିଦେଶଗହ୍ମା ପୂର୍ଣ୍ଣିମାରେ ତିଥି ଦ୍ୱନ୍ଦ୍ୱ ! କେଉଁ ଦିନ ପାଳନ ହେବ ରାଖୀ ପୂର୍ଣ୍ଣିମା

ଗହ୍ମା ପୂର୍ଣ୍ଣିମାରେ ତିଥି ଦ୍ୱନ୍ଦ୍ୱ ! କେଉଁ ଦିନ ପାଳନ ହେବ ରାଖୀ ପୂର୍ଣ୍ଣିମା

ନୂଆଦିଲ୍ଲୀ: ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା । ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ ରାଖୀ ପୂର୍ଣ୍ଣିମା । ଭାଇଙ୍କ ହାତରେ ରାଖୀ ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେବ ଭଉଣୀ । ଘରେ ଘରେ ଉତ୍ସବର ମାହୋଲ । ହେଲେ ଚଳିତ ବର୍ଷ ରାଖୀ ପୂର୍ଣ୍ଣିମା ପାଳନକୁ ନେଇ ଦୁଇ ଦିନିଆ ଦ୍ୱନ୍ଦ୍ୱ ଦେଖାଦେଇଛି । ଆଜି ନା ଆସନ୍ତାକାଲି—କେଉଁ ଦିନ ପାଳନ ହେବ ରାଖୀ ପୂର୍ଣ୍ଣିମା? ଏହାକୁ ନେଇ ପଣ୍ଡିତ ଓ ଜ୍ୟୋତିର୍ବିଦଙ୍କ ମଧ୍ୟରେ ମତଭେଦ ରହିଛି । ଗଣନା ଅନୁସାରେ ଅଗଷ୍ଟ ୨୭ ତାରିଖ ସକାଳ ୯ଟା ୯ ମିନିଟ୍‌ରୁ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇ ଅଗଷ୍ଟ ୨୮ ସକାଳ ୯ଟା ୪୯ ମିନିଟ୍‌ରେ ଶେଷ ହେଉଛି । ତେବେ ଅଗଷ୍ଟ ୨୭ରେ ଭଦ୍ରାକାଳ ରହୁଥିବାରୁ ଏହି ଦିନ ରାଖୀ ବାନ୍ଧିବାକୁ ଅନେକ ପଣ୍ଡିତ ଓ ଜ୍ୟୋତିର୍ବିଦ ବାରଣ କରିଛନ୍ତି । ପଞ୍ଜିକାର ଦେବଦର୍ଶୀ ଖଡ଼ୀରତ୍ନଙ୍କ ମତରେ, ଭଦ୍ରାକାଳରେ ରକ୍ଷାବନ୍ଧନ ଶୁଭପ୍ରଦ ନୁହେଁ । ଶାସ୍ତ୍ର ଅନୁସାରେ ଭଦ୍ରା ସମୟରେ ରକ୍ଷାବନ୍ଧନ ବର୍ଜନୀୟ । ତେଣୁ ଅଗଷ୍ଟ ୨୮ ତାରିଖରେ ରାଖୀ ପୂର୍ଣ୍ଣିମା ପାଳନ ପାଇଁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ, ଶ୍ରୀମନ୍ଦିରର ନୀତିକାନ୍ତି ଓ ଉଦୟ ତିଥିକୁ ଆଧାର କରି ଅଗଷ୍ଟ ୨୮ରେ ଶ୍ରୀବଳଭଦ୍ର ଜନ୍ମ ଏବଂ ରାଖୀଲାଗି ନୀତି ପାଳନ ହେଉଥିବାରୁ, କିଛି ଗବେଷକ ଓ ପଣ୍ଡିତ ମଧ୍ୟ ୨୮ ତାରିଖରେ ରାଖୀ ବାନ୍ଧିବାକୁ ମତ ଦେଇଛନ୍ତି । ହେଲେ ଏହାର ବିପରୀତ ମତ ମଧ୍ୟ ରହିଛି । ଶାସ୍ତ୍ର ଓ ସ୍କନ୍ଦ ପୁରାଣ ଅନୁଯାୟୀ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମ ମଧ୍ୟାହ୍ନ ସମୟରେ ହୋଇଥିବାରୁ, କର୍ମକାଳ ଓ ସୂର୍ଯ୍ୟୋଦୟ ତିଥିକୁ ଆଧାର କରି ଅଗଷ୍ଟ ୨୭ ତାରିଖ ଗୁରୁବାର ଦିନ ହିଁ ସର୍ବସାଧାରଣରେ ବଳଭଦ୍ର ଜନ୍ମ ଓ ରାଖୀ ପୂର୍ଣ୍ଣିମା ପାଳନ ଶାସ୍ତ୍ରସମ୍ମତ ବୋଲି କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking