ପାରାଦୀପ : ପାରାଦୀପରେ ପହଞ୍ଚିଲେ ସମୁଦ୍ରରେ ନିଖୋଜ ଓସେନ୍ ୱିନରରୁ ଉଦ୍ଧାର ହୋଇଥିବା ଦୁଇ କ୍ରିଉ ସଦସ୍ୟ । କୋଷ୍ଟଗାର୍ଡ ଜାହାଜ “ଭରାଦ”ରେ ଆସିଲେ ପାରାଦୀପ । ଇମିଗ୍ରେସନ ବିଭାଗର ଯାଞ୍ଚ ପରେ ଜାହାଜ ଏଜେଣ୍ଟଙ୍କୁ ହସ୍ତାନ୍ତର ହେବେ ଏହି ଦୁଇ କ୍ରିୟୁ ସଦସ୍ୟ । ଉଭୟ ସଦସ୍ୟ ସୁସ୍ଥ ଥିବା ସୂଚନା ମିଳିଛି । ଓସେନ୍ ୱିନର୍ ବୁଡି ଘଟଣାରେ ଏବେବି ନିଖୋଜ ୨୨ କ୍ରିଉ ସଦସ୍ୟ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଚୀନ୍ ର ୨ଟି ଜାହାଜ ଓ ଭାରତୀୟ ନୈସେନାରର ଦୁଇଟି ଏୟାରକ୍ରାଫ୍ଟ ସହିତ କୋଷ୍ଟଗାର୍ଡର ଗୋଟିଏ ଜାହାଜ ।










