ଭୁବନେଶ୍ବର : ଚାଷୀଙ୍କ ପାଇଁ ଖୁସି ଖବର । ଆହୁରି ସପ୍ତାହେ ବଢ଼ିଲା ଧାନ ପଞ୍ଜିକରଣ ଅବଧି। ଆଗଷ୍ଟ ୩୧ରେ ସରୁଥିବା ପଞ୍ଜିକରଣ ଅବଧି କୁ ୭ ଦିନ ଘୁଞ୍ଚାଇଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସୂଚନା ଅନୁସାରେ, ଏଯାବତ୍ ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି । ହେଲେ ନେଟୱାର୍କ ସମସ୍ୟା ପାଇଁ ଅନେକ ଚାଷୀ ପଞ୍ଜିକରଣ କରିପାରି ନଥିଲେ । ଏହା କାରଣରୁ ଅବଧି ବଢ଼ାଇଲେ ସରକାର । ଗତବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜିକରଣ କରିଥିଲେ । ତେବେ ଅଗଷ୍ଟ ୬ ତାରିଖରୁ ଏହି ପଞ୍ଜିକରଣ ଆରମ୍ଭ ହୋଇଥିଲା । ଯେଉଁଠି ନେଟୱାର୍କ ସମସ୍ୟା ରହିଛି ସେଠାରେ ବୈଷୟିକ ଟିମ୍ ସହ ଆଲୋଚନା କରି ଏହାକୁ ସମାଧାନ କରାଯିବ । ଚାଷୀମାନେ ନିକଟସ୍ଥ ସମିତି କାର୍ଯ୍ୟାଳୟ କିମ୍ବା www.foododisha.in ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ କରିପାରିବେ ।










