ଭୁବନେଶ୍ୱର: ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ସ୍କୁଲ ସହ ସମସ୍ତ କଲେଜ ବି ଛୁଟି ରହିବ । ଆସନ୍ତାକାଲି ଡିଗ୍ରୀ କଲେଜ, ବୈଷୟିକ ଅନୁଷ୍ଠାନ, ୟୁନିଭର୍ସିଟି ଛୁଟି ରହିବ । ୨୨ରୁ ୨୪ ପର୍ଯ୍ୟନ୍ତ ଜିଲ୍ଲାରେ ସ୍କୁଲ, ଅଙ୍ଗନବାଡି ମଧ୍ୟ ବନ୍ଦ ରହିବ । ବଡ ବର୍ଷାକୁ ଦୃଷ୍ଟିରେ ରଖି ଘୋଷଣା କଲେ ଜିଲ୍ଲାପାଳ ।ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ତିନିଦିନ ପାଇଁ ବନ୍ଦ ରଖାଯାଇଛି। ଏଥିସହ ଆସନ୍ତାକାଲିଠାରୁ ଜିଲ୍ଲାର ସମସ୍ତ କଲେଜକୁ ମଧ୍ୟ ଛୁଟି ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।ପାହାଡ଼ିଆ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ କରାଯାଇ ବ୍ୟାରିକେଡ୍ ଲଗାଯାଇଛି। ନୟାଗଡ଼ ପଟୁ ଆସୁଥିବା ଯାନବାହନକୁ ବିକଳ୍ପ ରାସ୍ତାରେ ଯାତାୟାତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିପର୍ଯ୍ୟୟ ମୁକାବିଲା ପାଇଁ ଗଞ୍ଜାମରେ ଦୁଇଟି ଓଡ୍ରାଫ୍ ଦଳ ମୁତୟନ ହୋଇଛନ୍ତି। ଗୋଟିଏ ଦଳକୁ ପାତ୍ରପୁର ଏବଂ ଅନ୍ୟ ଏକ ଦଳକୁ ଆସିକା ଅଞ୍ଚଳରେ ମୁତୟନ କରାଯାଇଛି। ଆସିକାରେ ମୁତୟନ ଦଳ ଆବଶ୍ୟକ ପଡ଼ିଲେ ଭଞ୍ଜନଗର ଓ ସୋରଡ଼ା ଅଞ୍ଚଳକୁ ଯାଇ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସାମିଲ ହେବ ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି।









