32.1 C
Bhubaneswar
Thursday, September 17, 2026
Homeଓଡିଶାଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା କଣ୍ଟେନର

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା କଣ୍ଟେନର

କୁଳିଅଣା: ଆଜି ଅପରାହ୍ନ ପ୍ରାୟ ଗୋଟେ ବେଳେ ୧୮ ନଂ ଜାତୀୟ ରାଜପଥ କୁଳିଅଣା ଉପକଣ୍ଠ ଶୁଖୁଆପୋଡ଼ା ଟୋଲ ଗେଟ ନିକଟରେ  କଣ୍ଟେନର କ୍ୟାବିନ ଭିତରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ଗାଡ଼ିରେ ନିଆଁ ଲାଗି ଯାଇଥିଲା l ବାଙ୍ଗିରିପୋଷି ଓ ଚାନ୍ଦୁଆ ଅଗ୍ନିସେବା କେନ୍ଦ୍ରରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ l ସୂଚନା ଅନୁଯାୟୀ ଟିଏନ ୮୮ ଏଚ ୮୫୦୩ ନମ୍ବର କଣ୍ଟେନର ତାମିଲନାଡୁରୁ ଗୁଜୁରାଟ ଅଭିମୁଖେ କପଡା ନେଇ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା l ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking