ରାୟଗଡା : ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ମାମଲାର ରାୟ ଶୁଣାଇଛନ୍ତି ରାୟଗଡା ଅତିରିକ୍ତ ଜିଲ୍ଲା ଦୌରାଜଜ। ଅଭିଯୁକ୍ତ ଗୁରୁନାଥ ଗୌଡଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବେ ବୋଲି ରାୟରେ ଦର୍ଶାଇଛନ୍ତି।
ପରିବାରିକ କଳହକୁ କେନ୍ଦ୍ରକରି ଗତ ୨୦୨୪ମସିହା ଫେବ୍ରୁଆରୀ ୨ ତାରିଖ ରାତିରେ କାଶୀପୁର ଥାନା ଭାଟିପାସ୍ ଗ୍ରାମର ଗୁରୁନାଥ ତା ସ୍ତ୍ରୀ ପୁଷ୍ପା ଗୌଡକୁ ଟାଙ୍ଗିଆରେ ହାଣି ହତ୍ଯା କରିଥିଲା। ଏନେଇ ପୁଷ୍ପାଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗୁରୁନା କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ନିଜ ପୁଅ ସମେତ ଅନ୍ଯ ୧୩ ଜଣ ସାକ୍ଷୀଙ୍କ ବୟାନ କୁ ଆଧାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ରାୟ ଶୁଣାଇଛନ୍ତି।










