32.8 C
Bhubaneswar
Monday, June 15, 2026
Homeଓଡିଶାଟ୍ରକ- କାର ମୁହାଁମୁହିଁ ଧକ୍କା: ୫ ଯାତ୍ରୀ ଗୁରୁତର

ଟ୍ରକ- କାର ମୁହାଁମୁହିଁ ଧକ୍କା: ୫ ଯାତ୍ରୀ ଗୁରୁତର

ବାଲେଶ୍ବର  : ଓମଫେଡ୍ କ୍ଷୀର ବୋଝେଇ ଟ୍ରକ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା । କାରରେ ଥିବା ୫ ଜଣ ଯାତ୍ରୀ ଗୁରୁତର ଆହତ । ପୁରୀ ଜଗନ୍ନାଥ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଜାମଶୂଳୀ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସୂଚନା ଅନୁଯାୟୀ ବାଲିଆପାଳ ଥାନା ଅନ୍ତର୍ଗତ ମାଣିକ ସିମୁଳିଆ ଗ୍ରାମର ଦେବାଶିଷ ଦତ୍ତ କାରରେ ପରିବାର ସହିତ ପୁରୀ ଯାଇ ଜଗନ୍ନାଥ ଦର୍ଶନ ସାରି ଘରକୁ ଫେରୁଥିଲେ ।ଜାମଶୂଳୀ ଛକରେ ବାଲିଆପାଳ ପଟୁ ଗାନ୍ଧିଛକ ଅଭିମୁଖେ ଯାଉଥିବା ଏକ ଓମଫେଡ କ୍ଷୀର ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । କାରରେ ଥିବା ୫ ଜଣ ଯାତ୍ରୀ  ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସପିଟାଲ ପଠାଇଛନ୍ତି । ଖବର ପାଇ ସିଂଲା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ି ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking