ଭୁବନେଶ୍ୱର: ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ । ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଦେଲା ଧକ୍କା। ଜଣେ ମୃତ, ଜଣେ ଆହତ । ହିଟ୍ ଆଣ୍ଡ ରନ୍ ପରେ ବରମୁଣ୍ଡା ପର୍ଯ୍ୟନ୍ତ ଘୋଷାଡ଼ି ଆଣିଲା ଗାଡ଼ି। ମୃତକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର । ସୂଚନା ଅନୁଯାୟୀ, ଲୁନା ଗାଡ଼ିରେ ଦୁଇ ଭାଇ ଭୁବନେଶ୍ବର ଆସୁଥିଲେ । ସେହି ସମୟରେ ହିଟ୍ ଆଣ୍ଡ୍ ରନ୍ ଘଟିଥିବା ସୂଚନା ମିଳିଛି । ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଧକ୍କା ଦେଇଥିଲା ଅଜଣା ଗାଡ଼ି । ଦୁର୍ଘଟଣା ପରେ ବରମୁଣ୍ଡା ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ମୃତଦେହ ଘୋଷାଡ଼ି ବରମୁଣ୍ଡା ଛକ ନିକଟରେ ପକାଇ ଚାଲିଗଲା ଅଜଣା ଗାଡ଼ି । ମୃତକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ମୃତକ ହେଲେ ହାଡ଼ୁ ମଲ୍ଲିକ । ଆହତ ହୋଇଥିବା ବ୍ୟକ୍ତି କବି ମଲ୍ଲିକ । ଉଭୟ ଖୋର୍ଦ୍ଧା ବାଘମାରୀର ବୋଲି ଜଣାପଡିଛି । ମେଡିକାଲରେ ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଆଖପାଖ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ ଚଳାଇଛି ।










