30.3 C
Bhubaneswar
Thursday, July 23, 2026
Homeଓଡିଶା୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର:  ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର । ମହଙ୍ଗା ମାଡ଼ ଭିତରେ ସରକାର କର୍ମଚାରୀଙ୍କୁ ଦେଇଛନ୍ତି ବଡ଼ ଆଶ୍ୱସ୍ତି । ରାଜ୍ୟ ସରକାର ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ଫଳରେ ସରକାରୀ କର୍ମଚାରୀଙ୍କ ଡିଏ ୨୫୭ ପ୍ରତିଶତରୁ ବଢ଼ି ୨୬୨ ପ୍ରତିଶତକୁ ପହଞ୍ଚିଛି । ସବୁଠାରୁ ବଡ଼ କଥା ହେଉଛି, ଏହି ବୃଦ୍ଧି ପିଛିଲା ଭାବେ ଚଳିତ ବର୍ଷ ଜାନୁଆରି ୧ରୁ ଲାଗୁ ହେବ । ଫଳରେ କର୍ମଚାରୀମାନେ ବର୍ତ୍ତମାନର ବଢ଼ିଥିବା ଭତ୍ତା ସହ ବକେୟା ଟଙ୍କା ମଧ୍ୟ ପାଇବେ । ଏହାସହ ଏହି ବୃଦ୍ଧି ପିଛିଲା ଭାବେ ଚଳିତ ବର୍ଷ ଜାନୁଆରି ୧ରୁ କାର୍ଯ୍ୟକାରୀ ହେବ । ଅର୍ଥାତ୍ ଜାନୁଆରିରୁ ଜୁନ୍ ପର୍ଯ୍ୟନ୍ତ ବକେୟା ମହଙ୍ଗା ଭତ୍ତା ମଧ୍ୟ କର୍ମଚାରୀମାନେ ପାଇବେ । ଏହା ଫଳରେ ହଜାର ହଜାର ସରକାରୀ କର୍ମଚାରୀ ସିଧାସଳଖ ଭାବେ ଉପକୃତ ହେବେ । ଦ୍ରବ୍ୟ ମୂଲ୍ୟ ବୃଦ୍ଧି ଓ ଜୀବନଯାପନ ଖର୍ଚ୍ଚ ବଢ଼ୁଥିବା ସମୟରେ ସରକାରଙ୍କ ଏହି ଘୋଷଣା କର୍ମଚାରୀଙ୍କ ପାଇଁ ବଡ଼ ଆର୍ଥିକ ଆଶ୍ୱସ୍ତି ଆଣିଛି । ବଢ଼ିଥିବା ଭତ୍ତା ସହ ବକେୟା ରାଶି ମିଳିବାରୁ କର୍ମଚାରୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking