29.4 C
Bhubaneswar
Sunday, July 26, 2026
Homeଓଡିଶାଆଜି ଶ୍ରୀଜିଉଙ୍କ ଅଧର ପଣା ଭୋଗ ଲାଗି ନୀତି

ଆଜି ଶ୍ରୀଜିଉଙ୍କ ଅଧର ପଣା ଭୋଗ ଲାଗି ନୀତି

ପୁରୀ: ଆଜି ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଲାଗିବ । ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଅଧର ନୀତି ସମୟ ରାତି ୮ଟା ରହିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚା ତୁମ୍ୱାକୃତି ମାଟିପାତ୍ରରେ ପଣା ପ୍ରସ୍ତୁତ ହେବ । ଭୋଗ ପରେ ରଥ ଉପରେ ହାଣ୍ଡି ଭଙ୍ଗାଯିବ । କୁହାଯାଏ ଉକ୍ତ ଭୋଗ ପଣା ରଥ ପାର୍ଶ୍ବଦେବଦେବୀ, ଅଶରୀର ତଥା ଚଣ୍ଡୀ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ ।

ପ୍ରତି ରଥରେ ଦାରୁ ବିଗ୍ରହଙ୍କ ଉଦ୍ଦେଶ୍ୟରେ ୩ଟି ଲେଖାଏଁ ହାଣ୍ଡିରେ ପଣା ଭୋଗ କରାଯିବ । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦି ସାମଗ୍ରୀ ପଣାରେ ମିଶିବ । ମହାପ୍ରଭୁଙ୍କ ସେବକମାନେ ପଣା ପ୍ରସ୍ତୁତ କରିିବେ । ଅଧର ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡ଼ିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି । ପାରମ୍ପରିକ କୁମ୍ଭାରମାନେ ୯ଟି ଅଧର ହାଣ୍ଡି ତିଆରି ଯୋଗାଇଥାନ୍ତି । ମଧ୍ୟାହ୍ନଧୂପ ବଢ଼ିବା ପରେ ଅଧରପଣା ପ୍ରସ୍ତୁତି ଆରମ୍ଭ ହେବ । ପ୍ରଶାସନିକ ଅଧର ନୀତି ମୁତାବକ ସକାଳ ୬ଟାରୁ ରଥରେ ଠାକୁରଙ୍କ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ହେବା ସହ ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୪ଟା ମଧ୍ୟରେ ଠାକୁରଙ୍କ ମଧ୍ୟାହ୍ନ ଧୂପ ନୀତି ବଢ଼ିବ । ପରେ ରାତ୍ର ୮ଟା ମଧ୍ୟରେ ତିନି ରଥରେ ଅଧର ନୀତି ଶେଷ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking