28.6 C
Bhubaneswar
Saturday, July 25, 2026
Homeଓଡିଶାରଥଯାତ୍ରାରେ ଠେଲାପେଲା ହୋଇ ମୃତ୍ୟୁ ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

ରଥଯାତ୍ରାରେ ଠେଲାପେଲା ହୋଇ ମୃତ୍ୟୁ ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର : ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ସମୟରେ ହୋଇଥିବା ଅବ୍ୟବସ୍ଥା ଓ ଦଳାଚକଟା ଜନିତ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି ବିଜୁ ଜନତା ଦଳ । ଏହି ପ୍ରସଙ୍ଗରେ ଏକ ପ୍ରେସ୍‌ମିଟ୍ କରି ବିଜେଡି ପକ୍ଷରୁ ସମ୍ପୂର୍ଣ୍ଣ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯିବା ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଲୋଡ଼ାଯାଇଛି। ଦଳାଚକଟାରେ ଭକ୍ତଙ୍କ ଜୀବନ ଯାଉଥିଲେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମିଛ କହି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ, ବାହୁଡ଼ା ଯାତ୍ରା ସମୟରେ ଦଳାଚକଟା ଯୋଗୁଁ ଆଉ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି ଏବଂ ୧୩୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ମାତ୍ର ସରକାର ଏହି ଦୁଃଖଦ ଘଟଣାକୁ ସ୍ୱୀକାର କରିବା ପରିବର୍ତ୍ତେ ଏହାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି। ପୂର୍ବରୁ ରଥଯାତ୍ରା ଦିନ ମଧ୍ୟ ଦଳାଚକଟା ଯୋଗୁଁ ୩ ଜଣ ଭକ୍ତଙ୍କ ଜୀବନ ଯାଇଥିଲା, କିନ୍ତୁ ସେତେବେଳେ ମଧ୍ୟ ସରକାର ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ବିଭ୍ରାଟ ଦେଖାଦେଇଛି, ଯାହା ଭକ୍ତଙ୍କ ଭାବାବେଗକୁ ଆହତ କରିଛି ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଜେଡି କହିଛି ଯେ, ଦଳାଚକଟାରେ ଭକ୍ତଙ୍କ ମୃତ୍ୟୁକୁ ଅସ୍ୱୀକାର କରି ମନ୍ତ୍ରୀ ମିଛ ତଥ୍ୟ ରଖୁଛନ୍ତି। ଯଦି ସରକାର ସ୍ୱଚ୍ଛତା ଉପରେ ବିଶ୍ୱାସ କରନ୍ତି, ତେବେ ତୁରନ୍ତ ଏହାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ। ଏଥିସହ ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜ ପଦବୀରୁ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ବିଜେଡି ଦୃଢ଼ ଦାବି କରିଛି। ମହାପ୍ରଭୁଙ୍କ ପର୍ବରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟସେବାରେ ହୋଇଥିବା ଏହି ବଡ଼ ଧରଣର ଅବହେଳାକୁ ଓଡ଼ିଶାବାସୀ କେବେବି କ୍ଷମା କରିବେ ନାହିଁ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking