28.5 C
Bhubaneswar
Saturday, July 25, 2026
Homeଦେଶ ବିଦେଶବ୍ଲାକ୍ ସିରେ ଜାହାଜ ଉପରେ ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ

ବ୍ଲାକ୍ ସିରେ ଜାହାଜ ଉପରେ ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବ୍ଲାକ୍ ସିରେ ପୁଣି ଘଟିଛି ଏକ ମର୍ମନ୍ତୁଦ ଘଟଣା । ରୁଷ ସାମୁଦ୍ରିକ ସୀମା ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ MV OMORFI ଉପରେ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦେଇଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୧୮ ତାରିଖରେ ବ୍ଲାକ୍ ସି ଦେଇ ଯାଉଥିବା ସମୟରେ MV OMORFI ଉପରେ ଆକ୍ରମଣ ହୋଇଥିଲା । ଜାହାଜରେ ମୋଟ ୧୦ ଜଣ କ୍ରୁ ସଦସ୍ୟ ଥିଲେ, ସେମାନଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଥିଲେ । ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ସୁରକ୍ଷିତ ଅଛନ୍ତି । ସେପଟେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ବିଦେଶ ମନ୍ତ୍ରଣାଳୟ । ଏଥିସହ ନିରୀହ ବାଣିଜ୍ୟିକ ଜାହାଜ ଓ କ୍ରୁ ସଦସ୍ୟଙ୍କୁ ଟାର୍ଗେଟ୍ କରି ହେଉଥିବା ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି । ଏପରି ଘଟଣା ସମୁଦ୍ର ନୌଚଳାଚଳର ସୁରକ୍ଷା ଓ ଆନ୍ତର୍ଜାତିକ ବାଣିଜ୍ୟର ସ୍ୱାଧୀନତା ପାଇଁ ବଡ଼ ବିପଦ ସୃଷ୍ଟି କରୁଥିବା ବିଦେଶ ମନ୍ତ୍ରାଳୟ କହିଛି ।ଏହି ଘଟଣା ପରେ ରୁଷରେ ଥିବା ଭାରତୀୟ ଦୂତାବାସ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି ଏବଂ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେଉଛି । ସମୁଦ୍ର ପଥରେ ସୁରକ୍ଷିତ ନୌଚଳାଚଳ ଓ ବିଶ୍ୱ ବାଣିଜ୍ୟର ନିରବଚ୍ଛିନ୍ନ ପ୍ରବାହ ସୁନିଶ୍ଚିତ କରିବାକୁ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଆନ୍ତର୍ଜାତିକ ଦାୟିତ୍ୱ ପାଳନ କରିବା ପାଇଁ ଭାରତ ଆହ୍ୱାନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking