28.3 C
Bhubaneswar
Thursday, July 23, 2026
Homeଓଡିଶାକ୍ଷେପଣାସ୍ତ୍ର ‘କୁଶା’ର ପ୍ରଥମ ସଫଳ ଉଡ଼ାଣ ପରୀକ୍ଷଣ କଲା ଡିଆରଡିଓ

କ୍ଷେପଣାସ୍ତ୍ର ‘କୁଶା’ର ପ୍ରଥମ ସଫଳ ଉଡ଼ାଣ ପରୀକ୍ଷଣ କଲା ଡିଆରଡିଓ

ପ୍ରତିରକ୍ଷା ଗବେଷଣାଓ ବିକାଶ ସଂଗଠନ (ଡିଆରଡିଓ) ୨୩ ଜୁଲାଇ ୨୦୨୬ରେ ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ୍ ଦ୍ୱୀପରୁ ଲମ୍ବା ଦୂରଗାମୀ କ୍ଷେପଣାସ୍ତ୍ର ‘କୁଶା’ରପ୍ରଥମ ସଫଳ ଉଡ଼ାଣ ପରୀକ୍ଷଣ କରିଛି ।ଏହି ପ୍ରଥମ ପରୀକ୍ଷଣ ଏକ ଉଚ୍ଚ-ଗତି, ଉଚ୍ଚ-ଉଚ୍ଚତା ବିଶିଷ୍ଟ ଆକାଶମାର୍ଗ ବିପଦକୁ ଅନୁକରଣ କରୁଥିବା ଏକ ଇଲେକ୍ଟ୍ରୋନିକ୍ ଲକ୍ଷ୍ୟ ବିରୁଦ୍ଧରେ କରାଯାଇଥିଲା। କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ୱାରା ଲକ୍ଷ୍ୟକୁ ସଫଳତାର ସହ ଇଣ୍ଟରସେପ୍ଟ (ନଷ୍ଟ) କରି ଦିଆଯାଇଥିଲା। ‘କୁଶା’ କ୍ଷେପଣାସ୍ତ୍ର ପ୍ରଣାଳୀ ଲଢ଼ୁଆ ବିମାନ, କ୍ଷେପଣାସ୍ତ୍ର, ମାନବିହୀନ ବିମାନ (ୟୁଏଭି) ଏବଂ ବଡ଼ ଶତ୍ରୁ ବିମାନସମେତ ଭିନ୍ନ ଭିନ୍ନପରିସର ଓ ଉଚ୍ଚତାରେଆକାଶ ମାର୍ଗରୁ ଆସୁଥିବା ବିଭିନ୍ନ ପ୍ରକାରର ବିପଦକୁ ନଷ୍ଟକରିବାରେ ସକ୍ଷମ। କ୍ଷେପଣାସ୍ତ୍ର, ରାଡାର ଏବଂ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର ସମେତ ଅସ୍ତ୍ରଶସ୍ତ୍ର ପ୍ରଣାଳୀର ସମସ୍ତ ପ୍ରମୁଖ ଉପାଦାନଗୁଡ଼ିକୁ ବିଭିନ୍ନ ଡିଆରଡିଓ ପରୀକ୍ଷାଗାର ଏବଂ ଶିଳ୍ପ ଅଂଶୀଦାରମାନଙ୍କ ଦ୍ୱାରା ବିକଶିତ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ କହିଛନ୍ତି ଯେ ‘କୁଶା’ର ସଫଳ ଉଡ଼ାଣ ପରୀକ୍ଷଣଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହା ଦୀର୍ଘ ଦୂରଗାମୀ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ପ୍ରଣାଳୀ ବିକଶିତ କରିବାର କ୍ଷମତାକୁ ପ୍ରଦର୍ଶନ କରେ । ଏହି କ୍ଷମତା କେବଳ ହାତ ଗଣତି କିଛି ଦେଶ ପାଖରେ ଅଛି। ସେ କହିଛନ୍ତି, ଏହା ଏପରି ଏକ ପ୍ରଣାଳୀର ଆମଦାନୀ ଉପରେ ନିର୍ଭରଶୀଳତାକୁ ମଧ୍ୟ ଦୂର କରିବ ଏବଂ ଦେଶର ବାୟୁ ପ୍ରତିରକ୍ଷା କ୍ଷମତାକୁ ଉଲ୍ଲେଖନୀୟ ଭାବେ ମଜଭୁତ କରିବ । ପ୍ରତିରକ୍ଷା ସଚିବ, ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବତଥା ଡିଆରଡିଓର ଅଧ୍ୟକ୍ଷଶ୍ରୀ ରାଜେଶ କୁମାର ସିଂହଉତକ୍ଷେପଣ ସମୟରେ ସମସ୍ତ କାର୍ଯ୍ୟକଳାପ ତଦାରଖ କରିଥିଲେ ଏବଂ ସଫଳ ଫ୍ଲାଇଟ୍ ପରୀକ୍ଷଣରେ ସାମିଲ ସମସ୍ତ ଦଳର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking