ଭୁବନେଶ୍ୱର: ଓଡ଼ିଶାର ଡିଜିପି ୱାଇ ବି ଖୁରାନିଆଙ୍କୁ ଅବସର ପାଇଁ ଅନୁମତି ମିଳିଛି। ପୁଲିସ ଡିଜି ଆସନ୍ତା ଅଗଷ୍ଟ ୧୬ ତାରିଖ ଦିନ ଅବସର ଗ୍ରହଣ କରିବେ। ଡିଜିପିଙ୍କ ଅବସର ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୱାଇ ବି ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚର ଆଇପିଏସ ଅଫିସର। କେନ୍ଦ୍ରୀୟ ଡେପୁଟେସନରୁ ଫେରି ସେ ଅରୁଣ କୁମାର ଷଡ଼ଙ୍ଗୀଙ୍କଠାରୁ ଦାୟିତ୍ୱ ନେଇଥିଲେ। ପୂର୍ବରୁ ଶ୍ରୀ ଖୁରାନିଆ ନୟାଗଡ଼, ଗଞ୍ଜାମ, ମୟୂରଭଞ୍ଜ, ଭଳି ଜିଲ୍ଲା ରାଉରକେଲା ଭଳି ସହରରେ ଏସପି ଭାବେ କାର୍ଯ୍ୟ ତୁଲାଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସେ ଡିଆଇଜି ପଦୋନ୍ନତି ପରେ ଦକ୍ଷିଣାଞ୍ଚଳ ଡିଆଇଜି ବ୍ରହ୍ମପୁରରେ, ଉତ୍ତରାଞ୍ଚଳ ଡିଆଇଜି ସମ୍ବଲପୁରରେ ପରେ ଭୁବନେଶ୍ୱର ରେଞ୍ଜ ଓ କମିସନରେଟ ପୁଲିସରେ ଅତିରକ୍ତ କମିସନର ଭାବେ ଦାୟିତ୍ୱ ତୁଲାଇଥିଲେ। ପରେ ଆଇଜିକୁ ପଦୋନ୍ନତି ପରେ ଉତ୍ତରାଞ୍ଚଳ ସମ୍ବଲପୁର, ଷ୍ଟେଟ ଆର୍ମଡ ପୁଲିସର ଆଇଜି ଭାବେ ଓ ଅପରେସନ ଆଇଜି ଭାବେ ଭୁବନେଶ୍ୱରରେ କାର୍ଯ୍ୟ ତୁଲାଇଛନ୍ତି। ବିଏସଏଫର ସ୍ୱତନ୍ତ୍ର ଡିଜି ଭାବେ ମଧ୍ୟ କେନ୍ଦ୍ରିୟ ଡେପୁଟେସନରେ ଦାୟିତ୍ୱ ସମ୍ଭାଳିବା ପରେ ସେ କେନ୍ଦ୍ରୀୟ ଡେପୁଟେସନରୁ ଷ୍ଟେଟ କ୍ୟାଡରକୁ ଫେରିଥିଲେ।










