27.1 C
Bhubaneswar
Saturday, September 5, 2026
Homeଓଡିଶାଭିଣେଇକୁ ଟାଙ୍ଗିଆରେ ହାଣି ଶାଳକ ଗିରଫ

ଭିଣେଇକୁ ଟାଙ୍ଗିଆରେ ହାଣି ଶାଳକ ଗିରଫ

ସୁନ୍ଦରଗଡ଼: ଶାଳକ ଓ ଭିଣେଇ ମିଶି ମଦ ପିଇଲେ। ନିଶା ହେବା ପରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ଯରେ କଥା କଟାକଟି ଓ ଗଣ୍ଡଗୋଳ ହୋଇଥିଲା। ବାସ୍ ଏତିକିରେ ଶାଳକର ରାଗ ପଞ୍ଚମକୁ ଉଠିଗଲା। ପାଖରେ ଥିବା ଟାଙ୍ଗିଆ ଉଠାଇ ଭିଣେଇର ପିଠିରେ ଚୋଟ ବର୍ଷାଇ ଦେଇଥିଲା। ଭିଣେଇ ଏବେ ଡାକ୍ତରଖାନାରେ ମୃତ୍ଯୁ ସହ ସଂଘର୍ଷ କରୁଛି। ଲେଫ୍ରିପଡ଼ା ଥାନା ବଡ଼ଖଲିଆରେ ନିଜ ଭିଣେଇ ଘରକୁ ଆସିଥିବା ଶାଳକ ଘଟାଇଥିବା ଏ କାଣ୍ଡ ଚାଞ୍ଚଲ୍ଯ ଖେଳାଇ ଦେଇଛି। ଶାଳକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ସାଗର ଓରାମ, ଘର ଛତିଶଗଡ଼ରେ।ବଡ଼ଖଲିଆରେ ଥିବା ଭିଣେଇ ରତନଲାଲ ଓରାମ ଘରକୁ ସେ କୁଣିଆ ଆସିଥିଲା। ରାତିରେ ଶାଳକ ଭିଣେଇ ମିଶି ମଦ ପିଇବା ପରେ ନିଶାରେ ଏ କାଣ୍ଡ ଘଟାଇଥିଲା ଶାଳକ। ରତନଲାଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏନେଇ ରତନଲାଲଙ୍କ ମାମୁ ଲେଫ୍ରିପଡ଼ା ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆକ୍ରମଣରେ ବ୍ଯବହୃତ ଟାଙ୍ଗିଆ ଜବତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking