31.1 C
Bhubaneswar
Thursday, September 3, 2026
Homeଓଡିଶାଇଥାନଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ: ୪ ଗୁରୁତର

ଇଥାନଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ: ୪ ଗୁରୁତର

ନୟାଗଡ଼: ନୟାଗଡ଼ ଜିଲ୍ଲାରୁ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଜିଲ୍ଲାର ନୂଆଗାଁ ଥାନା ଅନ୍ତର୍ଗତ ଗାତେରୀ ଗାଁ ନିକଟରେ ଥିବା ଏକ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ୪ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଗାତେରୀ ଗାଁ ନିକଟରେ ଏହି ଇଥାନଲ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଆଜି ପ୍ଲାଣ୍ଟରେ କୌଣସି ଏକ ଯନ୍ତ୍ରପାତିର ପରୀକ୍ଷଣ (Testing) ଚାଲିଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା, ଯାହା ଫଳରେ ସେଠାରେ କାମ କରୁଥିବା ୪ ଜଣ ବ୍ୟକ୍ତି ଏହାର କବଳରେ ଆସିଯାଇଥିଲେ । ଏହି ଅଗ୍ନିକାଣ୍ଡରେ ଆହତ ହୋଇଥିବା ୪ ଜଣଙ୍କ ଶରୀର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ, ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସମସ୍ତ ଆହତ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking