ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା ଗାଁ ନିକଟ ଏକ ଜଙ୍ଗଲ ନାଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କାକିତାରା ଗାଁ ର ମାଟିଆ ପାତିକା (୫୭)। କେମିତି ମୃତ୍ୟୁ ଘଟିଛି ପୁଲିସ ପହଂଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ତେବେ ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଛନ୍ତି। ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଠାବ ହୋଇ ଥିବାବେଳେ ପାଖରେ ଏକ ବାଇକ ଥିବା ଦେଖିବାକୁ ମିଳିଛି। ବୁଧବାର ସନ୍ଧ୍ୟାରୁ ସେ ଥିଲେ ନିଖୋଜ। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସର ତଦନ୍ତ ଜାରି ରହିଛିl କେଉଁ ଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ି ନାହିଁl










