28.1 C
Bhubaneswar
Friday, August 21, 2026
Homeଅପରାଧବ୍ୟବସାୟୀ ସେକ ହମିଦ ହତ୍ୟାକାଣ୍ଡରେ ୫ ଅଭିଯୁକ୍ତ ଗିରଫ

ବ୍ୟବସାୟୀ ସେକ ହମିଦ ହତ୍ୟାକାଣ୍ଡରେ ୫ ଅଭିଯୁକ୍ତ ଗିରଫ

ବାଲେଶ୍ବର: ଚର୍ଚ୍ଚିତ ସେକ ହମିଦ ଗୁଳିକାଣ୍ଡ ମାମଲାରେ ୫ ଅଭିଯୁକ୍ତଙ୍କୁ ବାନ୍ଧିଛିି ପୁଲିସ। ସେମାନଙ୍କ ମଧ୍ୟରେ ଜଣେ ହତ୍ୟାକାରୀ ଥିବା ବେଳେ ଅନ୍ୟମାନେ ଅଭିଯୁକ୍ତଙ୍କୁ ସହଯୋଗ କରିଥିବା ପୁଲିସ କହିଛି। ମୁଖ୍ୟ ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା ପୁଲିସ ଗିରଫ କରିନାହିଁ ଓ ଭବିଷ୍ୟତରେ ଗିରଫଦାରି ସଂଖ୍ୟା ବଢ଼ିବ ବୋଲି ପୁଲିସ ସ୍ପଷ୍ଟ କରିଛି। ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ୨ଟି ଅଫୁଟା ବୋମା, ଗୋଟିଏ ଭୁଜାଲି ଓ ଫାର୍ସା, ୪ଟି ସ୍ମାର୍ଟ ଫୋନ ଓ ପଲ୍ସର ବାଇକ ଜବତ ହୋଇଛି। ହମିଦଙ୍କୁ ହତ୍ୟା କରିବାକୁ ସେମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସୁପାରି ମିଳିଥିବା ପୁଲିସ କହିଛି। ଅଭିଯୁକ୍ତମାନଙ୍କୁ ରେମୁଣା ସରସ୍ବତୀପୁର ଅଞ୍ଚଳରୁ ପୁଲିସ ସୋମବାର ସକାଳେ ଗିରଫ କରିଥିବା ସୂଚନା ଦେଇଛି।କିନ୍ତୁ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇନାହିଁ। କାହିଁକି ଏହି ହତ୍ୟାକାଣ୍ଡ ହୋଇଥିଲା ଓ ଏହା ସ୍ପଷ୍ଟ କାରଣ ବିଷୟରେ ପୁଲିସ ସୂଚନା ଦେଇନାହିଁ। ବର୍ତ୍ତମାନ ସୁଦ୍ଧା ଏନେଇ ତଦନ୍ତ ଚାଲିଛି ପୂରା ତଦନ୍ତ ସରିବା ପରେ ଅାହୁରି ଗିରଫ ସଂଖ୍ୟା ବଢ଼ିବା ସହିତ ଗୁଳିମାଡ଼ର ସଠିକ କାରଣ ପୁଲିସ ସ୍ପଷ୍ଟ କରିବ ବୋଲି ଏସପି ପ୍ରତ୍ୟୁଷ ଦିବାକର କହିଛନ୍ତି। ଧରା ପଡ଼ିଥିବା ଅଭିଯୁକ୍ତଙ୍କ ପୁରୁଣା ଅପରାଧିକ ମାମଲା ରହିଥିବା ପୁଲିସ କହିଛି। ସେମାନଙ୍କ ନାଁରେ ମାରଣାସ୍ତ୍ରରେ ହତ୍ୟା ଉଦ୍ୟମ ଅଭିଯୋଗ ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ ମହେଶ୍ବର ବେହେରା(୨୨), ଦୀପକ େବହେରା, ପପୁନ ସିଂ(୧୯), ଦୀପକ ପାତ୍ର (୧୯), ରାଜେଶ ପାତ୍ର(୨୨), ବିଜୟ ମହାଳିକ(୨୪)। ମହେଶ୍ବର ବେହେରା ଓ ଦୀପକ ବେହେରା ଦୁଇ ଭାଇ ସେମାନେ ଶିଳ୍ପାଞ୍ଚଳ ଥାନା ରେମୁଣା ସରସ୍ବତୀପୁର ଅଞ୍ଚଳର ବାସିନ୍ଦା ବୋଲି ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking