30 C
Bhubaneswar
Wednesday, July 22, 2026
Homeଦେଶ ବିଦେଶଭିଡିଓ ଦେଖିବାକୁ ସମୟ ନାହିଁ : ସୁପ୍ରିମକୋର୍ଟ

ଭିଡିଓ ଦେଖିବାକୁ ସମୟ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତର ମନ୍ତରଠାରେ ସିଜେପିର ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଘଟଣାରେ ସୁପ୍ରିମକୋର୍ଟ ଜରୁରୀ ଶୁଣାଣି କରିବାକୁ ମନା କରିଦେଇଛନ୍ତି ।ସିଜେଆଇ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି । କୋର୍ଟ ଓକିଲଙ୍କ ଭିଡିଓ ଦେଖିବା ପରେ କହିଥିଲେ, ଆମ ସମୟ ନଷ୍ଟ କରନାହିଁ । ବୁଧବାର ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚ ସମ୍ମୁଖରେ ଜଣେ ଓକିଲ ଏହି ମାମଲାକୁ ନିଜ ଆଡ଼ୁ ଗ୍ରହଣ କରିବାକୁ ନିବେଦନ କରିଥିଲେ । ତେବେ ଶୁଣାଣିକୁ ମନା କରି ପ୍ରଧାନ ବିଚାରପତି କହିଥିଲେ, ନିଜ ସମୟ ନଷ୍ଟ କରନ୍ତୁ ନାହିଁ କି ଆମ ସମୟ ମଧ୍ୟ ନଷ୍ଟ କରନ୍ତୁ ନାହିଁ । ଲାଠିଚାର୍ଜ ଭିଡିଓ ଦେଖିବାକୁ ମନା କରିଦେଇଛନ୍ତି । ଶୁଣାଣି ସମୟରେ ଓକିଲ ଜଣକ ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ପରିଚାଳନା ଓ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ର ସଂସ୍କାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଛାତ୍ରମାନେ ଆନ୍ଦୋଳନ କରୁଥିବା ଦର୍ଶାଇବା ସହ ଦିଲ୍ଲୀ ପୋଲିସ ଦ୍ବାରା ଛାତ୍ରମାନଙ୍କୁ ମାରପିଟ୍ ଭଳି ଭିଡିଓ ଦେଖାଇବାକୁ ଚେଷ୍ଟା କରିଥିଲେ । ଏହାକୁ ଅଟକାଇ ପ୍ରଧାନ ବିଚାରପତି ଦୃଢ଼ ଭାବେ କହିଥିଲେ ଯେ, ଆମେ ଭିଡିଓ ଦେଖିବାରେ ଆଗ୍ରହୀ ନାହୁଁ ଆମ ପାଖରେ ଭିଡିଓ ଦେଖିବା ପାଇଁ ସମୟ ନାହିଁ ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ ସଂସଦ ଅଭିମୁଖେ ସିଜେପିର ପ୍ରତିବାଦ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ଛାତ୍ରମାନଙ୍କ ବିରୋଧରେ ପୋଲିସ ମାତ୍ରାଧିକ ହସ୍ତକ୍ଷେପ ସମ୍ପର୍କିତ ଏକ ଆବେଦନକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ମନା କରିଦେଇଥିଲେ । ବୁଧବାର ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ସମୟରେ ମୁଖ୍ୟ ବିଚାରପତି ଡିକେ ଉପାଧ୍ୟାୟ ଏବଂ ବିଚାରପତି ତେଜସ କାରିଆଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଥିଲେ, ଏସବୁ ମାମଲା ମଧ୍ୟକୁ କୋର୍ଟଙ୍କୁ ଟାଣନ୍ତୁ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking