32.8 C
Bhubaneswar
Monday, June 15, 2026
Homeଓଡିଶାରାୟଗଡା ପୁଲିସ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ରାୟଗଡା ପୁଲିସ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ରାୟଗଡ଼ା: ରାୟଗଡ଼ା ଆମ୍ବାଦୋଳା ଥାନା ଅନ୍ତର୍ଗତ ଢେପାଗୁଡା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ରାୟଗଡା ପୁଲିସ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଡିଭିଏଫ୍ ଓ ଏସଓଜି ଯବାନଙ୍କ ସର୍ଚ୍ଚ ଅପରେସନ୍ ପରେ ଉକ୍ତ ଅଞ୍ଚଳରୁ ମାଓବାଦୀ ମାନେ ବ୍ୟବହାର କରୁଥିବା ଗୋଟିଏ ବନ୍ଧୁକ,୩୭ଟି ଅଫୁଟା ଗୁଳି,୧୦ଟି କେଟରିଜ୍,ଗୋଟିଏ ମେଗାଜିନ୍,୫ ବେଣ୍ଡେଲ କୋଡେକ୍ସ ୱାୟାର୍ ସମେତ ମାଓବାଦୀ ମାନେ ନିତ୍ୟ ବ୍ୟବହାର କରୁଥିବା ଅନ୍ୟାନ୍ୟ ସମାଗ୍ରୀ ଗୁଡିକ ଜବତ କରାଯାଇଛି । ଗତ ଜାନୁଆରୀ ମାସ ଠାରୁ ମାର୍ଚ୍ଚ ମାସ ମଧ୍ୟରେ ଜିଲ୍ଲାରେ ଅନେକ ମାଓବାଦୀ ମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ତେବେ ମୋଷ୍ଟୱାଣ୍ଟେଡ୍ ମାଓନେତା ନିଖିଲ୍ ଓ ଇନ୍ଦୁଙ୍କୁ ସୂଚନାକୁ ଆଧାର କରି ବିଭିନ୍ନ ସ୍ଥାନାରେ ଚଢାଉ କରାଯାଇଥିବା ବେଳେ ଆମ୍ବାଦୋଳା ଥାନା ଅଞ୍ଚଳରେ ମଧ୍ୟ ଚଢାଉ କରାଯାଇଥିଲା । ତେବେ ଚଢାଉ ବେଳେ ଏସବୁ ସାମଗ୍ରୀକୁ ଜବାନ ମାନେ ଜବତ କରିଛନ୍ତି ବୋଲି ରାୟଗଡା ଏସପି ରାଜ୍ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଆଗକୁ ମଧ୍ୟ ଡିଭିଏଫ୍,ଏସଓଜି ଓ ସିଆରପିଏଫ୍ ଯବାନଙ୍କ ସହାୟତାରେ ସର୍ଚ୍ଚ ଅପରେସନ୍ ଜାରି ରହିବ ବୋଲି କହିବା ସହ ବର୍ତ୍ତମାନ ରାୟଗଡା ଜିଲ୍ଲା କିମ୍ବା ଜିଲ୍ଲାର ସୀମାନ୍ତରେ କୌଣସି ନକ୍ସଲ ଗତିବିଧି ନାହିଁ ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking