30 C
Bhubaneswar
Thursday, July 16, 2026
Homeଓଡିଶାଚିକିତ୍ସା ଅଭାବରୁ ଚାଷୀ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅଭାବରୁ ଚାଷୀ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର: ଧାନ ବିକ୍ରି ପୂର୍ବରୁ ଚାଲିଗଲା ଚାଷୀଙ୍କ ଜୀବନ। ମଣ୍ଡିରେ ପଡ଼ି ରହିଛି ୧୫୦ ବସ୍ତା ଧାନ।  ଏପଟେ ଚିକିତ୍ସା ଅଭାବରୁ ଚାଷୀ ମୃତ୍ୟୁ ଅଭିଯୋଗ। ଧାନ ବିକ୍ରି ପାଇଁ ଦୀର୍ଘଦିନ ଧରି ଅପେକ୍ଷା କରିଥିବା ଗୁଦେରପାଲି ଗାଁର ଚାଷୀ ହରିଶଙ୍କର ପାତ୍ରଙ୍କ ମୃତ୍ୟୁ ହୋଇଛି ।  ଧାନ ବିକ୍ରିରୁ ମିଳିବାକୁ ଥିବା ଅର୍ଥରେ ଚିକିତ୍ସା କରାଇବାର ଆଶା ରଖିଥିବା ବେଳେ ସେ ଆଖି ବୁଜିଥିବା ଅଭିଯୋଗ ହୋଇଛି ।  ଟୋକନ ପାଇଥିଲେ ମଧ୍ୟ ଧାନ କ୍ରୟରେ ବିଳମ୍ବ ହେବାରୁ ତାଙ୍କର ୬୨ କ୍ବିଣ୍ଟାଲରୁ ଅଧିକ ଧାନ ଏପର୍ଯ୍ୟନ୍ତ ବିକ୍ରି ହୋଇପାରିନାହିଁ।ଗତ ମେ’ ୩୦ ତାରିଖରୁ ପ୍ରାୟ ୧୫୦ ବସ୍ତା ଧାନ ମଣ୍ଡିରେ ପଡ଼ିରହିଛି। ରୋଗଗ୍ରସ୍ତ ଅବସ୍ଥାରେ ଧାନ ଶୀଘ୍ର କ୍ରୟ ପାଇଁ ସେ ବାରମ୍ବାର ଗୁହାରୀ କରିଥିଲେ ବୋଲି ପରିବାର ଅଭିଯୋଗ କରିଛି। ସୋମବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଗୁଦେରପାଲି ଧାନ କ୍ରୟ କେନ୍ଦ୍ରରେ ଏବେ ମଧ୍ୟ ୬୮ ଜଣ ଚାଷୀଙ୍କ ୬ ହଜାର ୪୯୩ ବସ୍ତା ଧାନ ପଡ଼ି ରହିଥିବା ସୂଚନା ମିଳିଛି। ଘଟଣାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ, ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଓ ତୁରନ୍ତ ଧାନ କ୍ରୟ ପାଇଁ ଦାବି ଜୋର ଧରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking