ଭୁବନେଶ୍ୱର: ଉତ୍ତର- ପଶ୍ଟିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ସମୁଦ୍ରରେ ବାଲେଶ୍ୱରଠାରୁ ୧୨୦ କିିମି ଦୂରରେ ରହିଛି । ଆସନ୍ତାକାଲି ଓଡିଶା ଓ ପଶ୍ଚିମବଙ୍ଗ ସୀମାରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ଥିବାରୁ ଦୁଇ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ୨୯ ଯାଏ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଆସନ୍ତା ୩୧ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମଙ୍ଗଳବାର ସୁନ୍ଦରଗଡ, ଝାରସୁଗୁଡା, ବରଗଡ ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାଣ୍ଣିଂ ଦିଆଯାଇ ଥିବାରୁ ଅଧିକ ବର୍ଷା ହୋଇପାରେ । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ସୂବର୍ଣ୍ଣପୁର, ବୌଦ୍ଧ, ନୂଆପଡା ଓ ବଲାଙ୍ଗୀରରେ ପବନ ସହିତ ବର୍ଷା ସମ୍ଭାବନା ଥିବାରୁ ୟେଲ୍ଲୋ ୱାଣ୍ଣିଂ ଜାରି ହୋଇଛି । ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ୨୯ ଯାଏ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।










