ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ। ଅନୁଭବୀ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳକୁ ଫେରିଥିବା ବେଳେ, ମଧ୍ୟପ୍ରଦେଶର ସ୍ପିନ୍ ଅଲ୍ରାଉଣ୍ଡର ସରାଂଶ ଜୈନ ପ୍ରଥମଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ୨ ମ୍ୟାଚ୍ର ଟେଷ୍ଟ ସିରିଜ୍ ପାଇଁ ୧୫ ଜଣିଆ ଦଳ BCCI ଘୋଷଣା କରିଛି। ଆହତରୁ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି ରବୀନ୍ଦ୍ର ଜାଡେଜା। ଶ୍ରୀଲଙ୍କାର ସ୍ପିନ୍ ସହାୟକ ପରିସ୍ଥିତିରେ ଜାଡେଜାଙ୍କ ଅଭିଜ୍ଞତା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ଦଳରେ ନୂଆ ମୁହଁ ଭାବେ ସାମିଲ ହୋଇଛନ୍ତି ସରାଂଶ ଜୈନ। ୱାଶିଂଟନ୍ ସୁନ୍ଦରଙ୍କ ଆହତ କାରଣରୁ ତାଙ୍କୁ ଦଳରେ ସୁଯୋଗ ମିଳିଛି।
ଶ୍ରୀଲଙ୍କା ସିରିଜ୍ ପୂର୍ବରୁ ଭାରତୀୟ ଦଳ ୭ ଅଗଷ୍ଟରୁ କଲମ୍ବୋରେ ୪ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ। ସେପଟେ ସାଇ ସୁଦର୍ଶନ ଓ ଜସପ୍ରୀତ ବୁମ୍ରାଙ୍କ ଖେଳିବା ନେଇ ନିଷ୍ପତ୍ତି ଫିଟନେସ୍ କ୍ଲିୟାରେନ୍ସ ପରେ ନିଆଯିବ। ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଗାଲେରେ ୧୫ରୁ ୧୯ ଅଗଷ୍ଟ ମଧ୍ୟରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ କଲମ୍ବୋରେ ୨୩ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶୁଭମନ୍ ଗିଲ୍ (ଅଧିନାୟକ), କେଏଲ୍ ରାହୁଲ୍ (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ୍, ଋଷଭ ପନ୍ତ, ସାଇ ସୁଦର୍ଶନ, ଧ୍ରୁବ ଜୁରେଲ୍, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ୍, ପ୍ରସିଦ୍ଧ କୃଷ୍ଣା, ଗୁରନୂର ବ୍ରାର୍, ଦେବଦତ୍ତ ପାଡିକଲ୍ ଓ ସରାଂଶ ଜୈନ।










