ଭୁବନେଶ୍ୱର: ରାଜ୍ୟରେ ବର୍ଷା ସ୍ଥିତି ଓ ମୁକାବିଲା ନେଇ ରାଜସ୍ୱ ମନ୍ତ୍ରୀ ପ୍ରେସମିଟ କରି କହିଛନ୍ତି, ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୪୭.୨ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ଠାରୁ ଅଧିକ, ୮ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି । ହୀରାକୁଦ ଡ୍ୟାମର ମାତ୍ର ୨ଟି ଗେଟ ଖୋଲା ଅଛି । ନରାଜରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ, ଚିନ୍ତାର କାରଣ ନାହିଁ । ଜଳକା ଛାଡିଦେଲେ ମହାନଦୀ, ବୌତରଣୀ , ସାଳନ୍ଦୀ ବିପଦ ସଙ୍କେତ ତଳେ ରହିଛି । ସୁନ୍ଦରଗଡ, ବାଲେଶ୍ୱର ଓ ଭଦ୍ରକରେ ଓଡ୍ରାଫ ଓ ଅଗ୍ନିଶମ ଟିମ ମୁତୟନ ହୋଇଛନ୍ତି । ସ୍ଥାନାନ୍ତର ମଧ୍ୟ ଆରମ୍ଭ ହୋଇଗଲାଣି, ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି ।










