27.8 C
Bhubaneswar
Tuesday, July 28, 2026
Homeଓଡିଶାଭୁବନେଶ୍ୱର ବିମାନବନ୍ଦରରେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ବିମାନବନ୍ଦରରେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ଆଗମନ ପୂର୍ବରୁ ବିମାନବନ୍ଦର ବାହାରେ ବହୁ ସଂଖ୍ୟକ ବିଜେପି କର୍ମୀ ଓ ସମର୍ଥକ ଏକତ୍ରିତ ହୋଇଥିଲେ । ବିଜେପିର ବହୁ ବିଧାୟକ ଓ ବରିଷ୍ଠ ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ରହି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରୁ ବାହାରିବା ସମୟରେ କର୍ମୀମାନେ ଜିନ୍ଦାବାଦ ସ୍ଲୋଗାନ ଦେବା ସହ ତାଙ୍କୁ ଫୁଲମାଳ ପିନ୍ଧାଇ ଅଭିନନ୍ଦନ ଜଣାଇଥିଲେ ।ବିମାନବନ୍ଦର ପରିସରରେ କିଛି ସମୟ ପାଇଁ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହି ଗସ୍ତକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଆଗାମୀ ବୈଠକ ଓ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟସୂଚୀ ଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking