27.8 C
Bhubaneswar
Tuesday, July 28, 2026
Homeଓଡିଶାଲଗାଣ ବର୍ଷାରେ ବେହାଲ ନୀଳଗିରି

ଲଗାଣ ବର୍ଷାରେ ବେହାଲ ନୀଳଗିରି

ବାଲେଶ୍ୱର: ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକର ସ୍ଥିତି ସଙ୍କଟପୂର୍ଣ୍ଣ ହୋଇପଡ଼ିଛି । ଶେରଗଡ଼-୧୯ ନମ୍ବର ରାଜ୍ୟ ରାଜପଥର ଆମ୍ବୁଡିହା ଛକ ନିକଟରେ ମୁଖ୍ୟ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେପଟେ ସୁନେଇ ଓ କାଳ ଡ୍ୟାମରୁ ପାଣି ଉଚୁଳିବା ଫଳରେ ଜଳ ଗାଁ ମୁହାଁ ହୋଇଛି । ଅନେକ ଗାଁରେ ଲୋକେ ଜଳବନ୍ଦୀ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଅନ୍ୟପଟେ କାଦୁଆଣୀ ଗାଁ ନିକଟରେ କେନାଲ ବନ୍ଧ ଭାଙ୍ଗିବା ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ଆମ୍ବୁଲାନ୍ସ ସମେତ ଜରୁରୀକାଳୀନ ସେବା ମଧ୍ୟ ଠପ୍ ହୋଇଯାଇଛି  । ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking