25.6 C
Bhubaneswar
Tuesday, July 21, 2026
Homeଓଡିଶାକର୍ମକର୍ତ୍ତା ତୃଣମୂଳସ୍ତରକୁ ଯାଇ ସଂଗଠନ କରନ୍ତୁ : ଭକ୍ତ

କର୍ମକର୍ତ୍ତା ତୃଣମୂଳସ୍ତରକୁ ଯାଇ ସଂଗଠନ କରନ୍ତୁ : ଭକ୍ତ

ଭୁବନେଶ୍ୱର: ଆଜି କଂଗ୍ରେସ ଭବନ ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ବରିଷ୍ଠ ନେତା କିଶୋର ଜେନା, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାସ, ସନତ ଦାସ ଓ ଶୁଭେନ୍ଦୁ ମହାନ୍ତି ମଞ୍ଚାସୀନ ଥିଲେ । ପ୍ରଥମେ ବୈଠକ ଆରମ୍ଭରେ ଦୀପ ପ୍ରଜ୍ଜଳନ କରାଯାଇ ନୂତନ ଭାବେ ଦାୟିତ୍ୱ ପାଇଥିବା ସମସ୍ତ ପାଦାଧିକାରୀ ଏବଂ ସଦସ୍ୟଙ୍କ ପରିଚୟ ପ୍ରଦାନ କରାଯିବା ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ବୈଠକକୁ ସମ୍ବୋଧନ କରି ପିସିସି ସଭାପତି ଶ୍ରୀ ଦାସ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସହ ମିଶି ସଂଗଠନ ତିଆରି କରିବା ପାଇଁ ଆହ୍ୱାନ ଦେଇଥିଲେ । କଂଗ୍ରେସର ସମୟ ଆସିଛି ଏବଂ ଏଭଳି ଏକ ଘଡିସନ୍ଧି ମୂହର୍ତ୍ତରେ ଯଦି ଆମେ ଏକତ୍ରିତ ହୋଇ କାମ କରିବା ତେବେ ନିଶ୍ଚୟ କଂଗ୍ରେସ କ୍ଷମତାକୁ ପୁନଃର୍ବାର ଆସିବ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଜେନା ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ମୁଁ ଦାୟିତ୍ୱ ନେଲାବେଳକୁ ଭୁବନେଶ୍ୱର ଜିଲ୍ଲା ସଂଗଠନର କୌଣସି ଚିହ୍ନବର୍ଣ୍ଣ ନଥିଲା । ଏଭଳି ଏକ ସମୟରେ ମୋ ଉପରେ ଆସ୍ଥା ରଖି ପିସିସି ସଭାପତି ଯେଉଁ ଦାୟିତ୍ୱ ଅର୍ପଣ କରିଛନ୍ତି ମୁଁ ତାହା ପାଳନ କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି । ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମୋର ନିବେଦନ ସମସ୍ତେ ମନାନ୍ତର ଓ ମତାନ୍ତର ଭୂଲି ଆସନ୍ତୁ କଂଗ୍ରେସ ଦଳକୁ ପୁନଃର୍ବାର ଗଢ଼ିବା ଏବଂ ସଂଗଠନରେ ଭୁବନେଶ୍ୱରକୁ କଂଗ୍ରେସ ଦଳର ସବୁଠାରୁ ବଳିଷ୍ଠ ସଂଗଠନ ରୂପେ ପ୍ରତିପାଦିତ କରିବା । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଏବଂ ପଦାଧିକାରୀଙ୍କ ଉପସ୍ଥିତିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସମସ୍ତ ସଦସ୍ୟ ଓ ସଦସ୍ୟା ଭୁବନେଶ୍ୱରକୁ କଂଗ୍ରେସର ମଡେଲ ଜିଲ୍ଲା ରୂପେ ଗଢ଼ି ତୋଳିବାକୁ ଶପଥ ପାଠ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking