30 C
Bhubaneswar
Wednesday, July 22, 2026
Homeଓଡିଶାଅଶାନ୍ତ ରାଜଧାନୀ: ଦିନ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା

ଅଶାନ୍ତ ରାଜଧାନୀ: ଦିନ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା

ଭୁବନେଶ୍ୱରପୁଣି ଅଶାନ୍ତ ରାଜଧାନୀ, ଦିନ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା । ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ଖଣ୍ଡା ଚୋଟରେ ଦୀପକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ରକ୍ତାକ୍ତ ଅବସ୍ଥାରେ ଦୀପକଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଲିଙ୍ଗରାଜ ଥାନା ସାମନ୍ତରାୟପୁର ଅଞ୍ଚଳରେ ଚାଞ୍ଚଲ୍ୟ । ପାରିବାରିକ କଳହକୁ ନେଇ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି ।ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଆକ୍ରମଣ କାରଣ ପାରିବାରିକ କଳହ କୁହାଯାଉଥିବା ବେଳେ, ଘଟଣା ପଛରେ ପ୍ରକୃତ କାରଣ କ’ଣ ଏବଂ ଆକ୍ରମଣକାରୀ କିଏ, ସେନେଇ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking