26.7 C
Bhubaneswar
Friday, July 17, 2026
Homeଓଡିଶାପ୍ରବାସୀ ଓଡ଼ିଆଙ୍କର ବିକାଶ ମନ୍ତ୍ର ଦେଲେ ଡକ୍ଟର ଆରତୀ କ୍ରିଷ୍ଣା

ପ୍ରବାସୀ ଓଡ଼ିଆଙ୍କର ବିକାଶ ମନ୍ତ୍ର ଦେଲେ ଡକ୍ଟର ଆରତୀ କ୍ରିଷ୍ଣା

 ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରବାସୀ ଭାରତୀୟ କଂଗ୍ରେସ/ପ୍ରବାସୀ ଓଡ଼ିଆ ପ୍ରକୋଷ୍ଟର ଅଧକ୍ଷ ଶ୍ରୀ ଶରତ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆଜି ଡକ୍ଟର ଆରତୀ କ୍ରିଷ୍ଣା, ଅଖିଳ ଭାରତୀୟ କଂଗ୍ରେସର ପ୍ରବାସୀ ଭାରତୀୟ କଂଗ୍ରେସ ଏବଂ ବୈଦେଶିକ ନୀତି ବିଭାଗର ଅଧକ୍ଷଙ୍କୁ ନୂଆ ଦିଲ୍ଲୀଠାରେ ଭେଟି ଏହି ନବଗଠିତ ପ୍ରକୋଷ୍ଟର ବିଭିନ୍ନ କାର୍ଯ୍ୟକ୍ରମ କରିବା ଉପରେ ଆଲୋକପାତ କରିଥିଲେ।

ଭାରତୀୟ ତଥା ଓଡ଼ିଆ ବସଂଜମାନଙ୍କର ଭିନ୍ନ ଭିନ୍ନ ସମସ୍ୟା, ଯଥା ଭିସା, ସ୍ୱଦେଶ ପ୍ରତ୍ୟାବର୍ତ୍ତନ, ପିଲାମାନଙ୍କର ଶିକ୍ଷା, ଓଡ଼ିଶାରେ ରହୁଥିବା ଅଭିଭାବଙ୍କର ଶ୍ୱାସଥ୍ୟ ଏବଂ ବର୍ତ୍ତମାନର ଦୁର୍ବଳ ବୈଦେଶିକ ନୀତି ଇତ୍ୟାଦି ବିଷୟବସ୍ତୁ ଉପରେ ଚର୍ଚ୍ଚା କରାଯାଇଥିଲା।ଡକ୍ଟର କ୍ରିଷ୍ଣା ଏହି ପ୍ରକୋଷ୍ଠ କୁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଅଧିକରୁ ଅଧିକ ସଦୃଢ କରି ଉପରୋକ୍ତ ସମସ୍ୟା ଗୁଡିକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ପଡିବ। 2014 ମସିହା ପୂର୍ବର ଭାରତ ଏବଂ ଆଜିର ଭାରତ ପାର୍ଥକ୍ୟ କୁ ଜନତାଙ୍କୁ ଜଣାଇବାକୁ ହେବ।

ପୂର୍ବତନ ସାଂସଦ ଶ୍ରୀ ସଞ୍ଜୟ ଭୋଇ, ପ୍ରକୋଷ୍ଠର ଉପାଧ୍ୟକ୍ୟ ଶ୍ରୀ ହରିବନ୍ଧୁ ପାଢ଼ୀ, ସଂଯୋଜକ ଶ୍ରୀ ଗୋପାଳ ଖଣ୍ଡେଲୱାଲ୍, ମୁଖ୍ୟ କମିଟିର ମେମ୍ବର ଶ୍ରୀ କୈଳାସ ମିଶ୍ର ଏହି ଆଲୋଚନା ରେ ଯୋଗଦେଇ ଅନେକ ବିଷୟ ଉପରେ ନିଜ ନିଜର ମନ୍ତ୍ତବ୍ୟ ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking