29.1 C
Bhubaneswar
Friday, November 6, 2026
Homeଦେଶ ବିଦେଶଜୁନ୍ ୨୦୨୭ ସୁଦ୍ଧା କର୍ଣ୍ଣାଟକର ସମସ୍ତ ସରକାରୀ ସ୍କୁଲରେ ଦ୍ୱିଭାଷୀ ଶିକ୍ଷା ପ୍ରଚଳନ

ଜୁନ୍ ୨୦୨୭ ସୁଦ୍ଧା କର୍ଣ୍ଣାଟକର ସମସ୍ତ ସରକାରୀ ସ୍କୁଲରେ ଦ୍ୱିଭାଷୀ ଶିକ୍ଷା ପ୍ରଚଳନ

ବେଙ୍ଗାଲୁରୁ:କର୍ଣ୍ଣାଟକ ସରକାର ଜୁନ୍‌ ୨୦୨୭ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଦ୍ୱିଭାଷୀ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୯୫୦୦ ରୁ ଅଧିକ ସ୍କୁଲ ଦ୍ୱିଭାଷୀ ଶିକ୍ଷା ପ୍ରଦାନ କରୁଛନ୍ତି।ରାଜ୍ୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରୀ ମଧୁ ବଙ୍ଗରପ୍ପା କହିଛନ୍ତି, ରାଜ୍ୟ ସରକାର ଚଳିତ ବର୍ଷରୁ ଦ୍ବିଭାଷିକ ଶିକ୍ଷା ପ୍ରଚଳନ କରିବାକୁ ଚାହୁଁଥିଲେ ମଧ୍ୟ ପ୍ରଶିକ୍ଷିତ ଓ ଯୋଗ୍ୟ ଶିକ୍ଷକଙ୍କ ଅଭାବରୁ ଏହାକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅଧିକାଂଶ ବିଦ୍ୟାଳୟରେ ପୂର୍ବରୁ ଅତିରିକ୍ତ ଶ୍ରେଣୀଗୃହ ଅଛି ଓ ସରକାରଙ୍କୁ କେବଳ ଶିକ୍ଷକ ଯୋଗାଇବାକୁ ପଡିବ। ସରକାରଙ୍କ ଏହି ପଦକ୍ଷେପ ଘରୋଇ ସ୍କୁଲଗୁଡ଼ିକ ସହିତ ପ୍ରତିଯୋଗିତା କରିବା ଓ ସରକାରୀ ସ୍କୁଲଗୁଡ଼ିକରେ ନାମଲେଖା ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ।

ପ୍ରଥମ ଶ୍ରେଣୀରୁ ପ୍ରାଥମିକ ସ୍ତରରେ ଦ୍ୱିଭାଷୀ ଶିକ୍ଷା ପ୍ରଦାନ କରାଯିବ। ବିଭାଗ ୧୦,୦୦୦ ରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ କରିଛି, ଯେଉଁମାନେ ଉଭୟ କନ୍ନଡ ଓ ଇଂରାଜୀ ଶ୍ରେଣୀ ପରିଚାଳନା ପାଇଁ ତାଲିମ ପାଇବେ। ରାଜ୍ୟର ୪୬,୭୫୭ ସରକାରୀ ସ୍କୁଲ ମଧ୍ୟରୁ ୯,୫୨୨ ଟି ଦ୍ୱିଭାଷୀ। ଏଥିମଧ୍ୟରୁ ପ୍ରାୟ ୭,୫୦୦ ସରକାରୀ ସ୍କୁଲରେ ଏଲ୍‌କେଜି ଓ ୟୁକେଜି (ପ୍ରି-ସ୍କୁଲ) ଶ୍ରେଣୀ ପ୍ରଚଳନ କରାଯାଇଛି ଓ ସେଗୁଡ଼ିକ ସମସ୍ତ ଦ୍ୱିଭାଷୀ। ମଧୁ ବଙ୍ଗରପ୍ପା ଆହୁରି କହିଛନ୍ତି, ପିତାମାତାଙ୍କର ଶିକ୍ଷାର ମାଧ୍ୟମ ବାଛିବାର ଅଧିକାର ଅଛି। ସୂଚନାଯୋଗ୍ୟ, ଏଚ୍ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସରକାରୀ ସ୍କୁଲରେ ଦ୍ୱିଭାଷୀ ଶିକ୍ଷା ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking