30.1 C
Bhubaneswar
Friday, November 6, 2026
Homeଦେଶ ବିଦେଶଚଳନ୍ତା ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ୪ଟି ବଗିରେ ନିଆଁ

ଚଳନ୍ତା ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ୪ଟି ବଗିରେ ନିଆଁ

ନୂଆଦିଲ୍ଲୀ : ଚଳନ୍ତା ଟ୍ରେନ୍‌ରେ ଲାଗିଲା ନିଆଁ । ପଞ୍ଜାବର ପଟିଆଲା ନିକଟରେ କର୍ମଭୂମି ଏକ୍ସପ୍ରେସ୍‌ର ୪ଟି ବଗିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଟ୍ରେନ୍‌ରୁ ଚାରିଆଡ଼େ ଧୂଆଁ ବାହାରୁଥିବା ଦେଖି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତେବେ ଏହି ଘଟଣାରେ ଏଯାଏଁ କାହାରି ମୃତାହତ ହେବାର ଖବର ମିଳିନାହିଁ ।ସୂଚନା ଅନୁସାରେ, ଟ୍ରେନ୍‌ଟି ଅମୃତସରରୁ ବିହାର ଅଭିମୁଖେ ଯାଉଥିବା ବେଳେ ପଟିଆଲା ନିକଟ ରାଜପୁରା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଟ୍ରେନ୍‌ ଚାଲୁଥିବା ସମୟରେ ହଠାତ୍‌ ନିଆଁ ଲାଗିଥିବା ପ୍ରାଥମିକ ସୂଚନା ମିଳିଛି । ଟ୍ରେନ୍‌ର ପ୍ୟାଣ୍ଟ୍ରି କାର୍‌ରୁ ପ୍ରଥମେ ନିଆଁ ବାହାରିଥିବା କୁହାଯାଉଛି । ପରେ ଏହା ଅନ୍ୟ ବଗିକୁ ବ୍ୟାପିଥିବା ସୂଚନା ରହିଛି ।

ଅଗ୍ନିକାଣ୍ଡ ପରେ ଟ୍ରେନ୍‌ରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ କ’ଣ, ଏହା ପ୍ୟାଣ୍ଟ୍ରି କାର୍‌ରୁ ଆରମ୍ଭ ହୋଇଥିଲା କି ନାହିଁ ଏବଂ କେତେ କ୍ଷୟକ୍ଷତି ହୋଇଛି, ସେନେଇ ଅଧିକ ତଥ୍ୟ ଅପେକ୍ଷାରେ ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking