ନୂଆଦିଲ୍ଲୀ : ସିଜେପି ଆନ୍ଦୋଳନକୁ ସମର୍ଥନ ପରେ ନବୀନଙ୍କ ଉପରେ ବର୍ଷିଲା ବିଜେପି। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ନବୀନଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଭର୍ତ୍ତୃହରି ମହତାବ। ଗତକାଲି ଦିଲ୍ଲୀ ଯାଇ ସିଜେପି ଆନ୍ଦୋଳନକୁ ସମର୍ଥନ କରିବା ସହ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏ ପ୍ରସଙ୍ଗରେ ଆଜି ଭର୍ତ୍ତୃହରି କହିଛନ୍ତି ଯେ, ନବୀନ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି। ସିଜେପିକୁ ନବୀନଙ୍କ ସମର୍ଥନ ନିମ୍ନ ମନୋବୃତ୍ତିର ପରିଚୟ’। ‘କାଲିର ମନ୍ତବ୍ୟ ନିନ୍ଦନୀୟ ଓ ଆଦୌ ଗ୍ରହଣୀୟ ନୁହେଁ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ବିଜେପିର ନାପସନ୍ଦ । ପ୍ରେସମିଟ୍ କରି କଡ଼ା ମନ୍ତବ୍ୟ ରଖିଲେ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ । ଦିଲ୍ଲୀରେ ଦଳୀୟ ସାଂସଦଙ୍କ ଉପସ୍ଥିତିରେ କଡ଼ା ଭାଷାରେ ନିନ୍ଦା କଲେ । ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଓଡ଼ିଶାରେ ଅନେକ ପରୀକ୍ଷା ବିଭ୍ରାଟ ହୋଇଥିବା ବୋଲି କହିଲେ ଭର୍ତ୍ତୃହରି । ଓଡ଼ିଶା ହାଇକୋର୍ଟ ମଧ୍ୟ ଏହି ଘଟଣାକୁ ନେଇ ଉଦ୍ବେଗ ଜଣାଇଛନ୍ତି । ତାଙ୍କ ଶାସନରେ ପରୀକ୍ଷା ବିଭ୍ରାଟରେ ଜଣେ ମନ୍ତ୍ରୀ ବି ଇସ୍ତଫା ଦେଇ ନ ଥିଲେ । ଗୋଟିଏ ତ୍ରୁଟି ପରେ ସଂଶୋଧନ ହେଲା, ତେଣୁ ପ୍ରଶଂସା କରିବାର ଥିଲା ବୋଲି ସେ କହିଛନ୍ତି । ତ୍ବରିତ ପରୀକ୍ଷା ସରିବା ସହ ରେଜଲ୍ଟ ବାହାରିଲା, ତେଣୁ ପ୍ରଶଂସା କରିବା କଥା । ସେ ପୁଣି କହିଛନ୍ତି ଯେ, ୟୁପିଏ ସରକାର କାଳରେ ଅନେକ ପରୀକ୍ଷା ବିଭ୍ରାଟ ହୋଇଛି । ସେପଟେ ଏ ନେଇ ନବୀନ ପଟ୍ଟନାୟକ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।










