ବଲାଙ୍ଗୀର: ପୁଣି ବିବାଦରେ ଜଣେ ଚଳଚ୍ଚିତ୍ର ପ୍ରଯୋଜକ। ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ଥାନାରେ ତାଙ୍କ ନାଆଁରେ ଏତଲା ଦେଇଛନ୍ତି ବହୁ ଚର୍ଚ୍ଚିତ ଦାନ ମାଝୀ। ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ସେ ଏତଲା ଦେଇଛନ୍ତି। ଦାନ ମାଝୀଙ୍କ ଅଭିଯୋଗ ଯେ ପ୍ରଯୋଜକ ମନୋଜ ବାଗଙ୍କ କ୍ଷୁଦ୍ର ଚଳଚ୍ଚିତ୍ର’ଲାଶ୍ ‘ ତାଙ୍କ ବ୍ୟକ୍ତିଗତ କାହାଣୀ ଉପରେ ଆଧାରିତ। ପ୍ରଯୋଜକ ଏହି ସିନେମା ସଂପର୍କରେ ତାଙ୍କ ସହ କଥା ହୋଇନାହାନ୍ତି କି ତାଙ୍କର ଅନୁମତି ନେଇ ନାହାନ୍ତି। ଏଣୁ ସେ ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ସେ ଏତଲା ଦେଇଥିବା କହିଛନ୍ତି ଦାନ ମାଝୀ ।ସୂଚନାଯୋଗ୍ୟ, ମନୋଜ ବାଗ୍ ଏକାଧାରରେ ଜଣେ ନିର୍ଦ୍ଦେଶକ, ଏଡିଟର୍, ଲେଖକ, ଅଭିନେତା ଏବଂ ପ୍ରଯୋଜକ। ସେ କ୍ଷୁଦ୍ର ଚଳଚ୍ଚିତ୍ର ‘ଲାଶ୍’ର ନିର୍ଦ୍ଦେଶନା ଦେବା ସହ ଏହାର ପ୍ରଯୋଜନା କରିଥିଲେ, ଯାହା ଇଣ୍ଡୋ-ସିଙ୍ଗାପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ (ISFFA) ପ୍ରଦର୍ଶିତ ହୋଇଥିଲା।










