ବଲାଙ୍ଗିର: ବଲାଙ୍ଗିର ଲରମ୍ଭା ଥାନା ବାଘମୁଣ୍ଡ ଗାଁରେ ହତ୍ୟାକାଣ୍ଡ । ୫ଜଣଙ୍କୁ ଅଟକ ରଖି ପୁଲିସର ତନାଘନା । ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ବାଘମୁଣ୍ଡ ଗାଁରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଖବର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥର ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୫ ଜଣଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି । ମୃତକଙ୍କ ନାମ ମକୁନ୍ଦ ସାହୁ ବୋଲି ଜଣାପଡ଼ିଛି ।ଅଭିଯୋଗ ଅନୁସାରେ, ରଥଯାତ୍ରା ସମୟରେ ହୋଇଥିବା ଏକ ବିବାଦକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ମକୁନ୍ଦ ସାହୁଙ୍କ ଘର ଉପରକୁ ପଥର ମାଡ଼ କରିଥିଲେ । ପରିବାର ସଦସ୍ୟମାନେ ଶୋଇଥିବା ବେଳେ ମକୁନ୍ଦ କବାଟ ଖୋଲିବାକୁ ବାହାରିଥିଲେ । ସେହି ସମୟରେ ତାଙ୍କ ଛାତିରେ ପଥର ବାଜିଥିବାରୁ ସେ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ରହିଛି । ଘଟଣାରେ ୫ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୁଲିସ ।










