31.1 C
Bhubaneswar
Thursday, July 23, 2026
Homeଓଡିଶାଆଜି ଆଡ଼ପ ଶେଷ ଦର୍ଶନ: ଆସନ୍ତାକାଲି ବାହୁଡ଼ା ଯାତ୍ରା

ଆଜି ଆଡ଼ପ ଶେଷ ଦର୍ଶନ: ଆସନ୍ତାକାଲି ବାହୁଡ଼ା ଯାତ୍ରା

ଭୁବନେଶ୍ୱର : ଆଜି ନବମୀ ସନ୍ଧ୍ୟା ଦର୍ଶନ । ଆଡ଼ପ ମଣ୍ଡପରେ ଦର୍ଶନ କରିବାର ଶେଷ ଦିନ । ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ନବମୀ ତିଥିରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ସନ୍ଧ୍ୟା ଦର୍ଶନ’ ଅତ୍ୟନ୍ତ ମହିମାମୟ। ଏହା ଜନ୍ମବେଦିରେ ଠାକୁରଙ୍କ ବର୍ଷର ଶେଷ ଦର୍ଶନ। ଆଜି ସନ୍ଧ୍ୟା ଆଳତି ପୂର୍ବରୁ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କଲେ ସମସ୍ତ ପାପ ବିନାଶ ହେବା ସହ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ରଥାରୂଢ଼ ହେବା ପୂର୍ବରୁ ଭକ୍ତମାନେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କୁ ଅତି ନିକଟରୁ ଦର୍ଶନ କରିବାର ସୁଯୋଗ ପାଆନ୍ତି । ପୁରାଣ ଅନୁଯାୟୀ, ନବମୀରେ ଶ୍ରୀମନ୍ଦିର ବଦଳରେ ଆଡ଼ପ ମଣ୍ଡପରେ ଠାକୁରଙ୍କୁ ଦର୍ଶନ କରିବା ଦ୍ୱାରା କୋଟି ପୁଣ୍ୟ ମିଳିଥାଏ । ଏହି ସନ୍ଧ୍ୟା ଦର୍ଶନ ପରେ ମହାପ୍ରଭୁଙ୍କ ବାହୁଡ଼ା ନୀତି ଆରମ୍ଭ ହୋଇଥାଏ ଏବଂ ପରଦିନ ଠାକୁର ରଥାରୂଢ଼ ହୋଇ ଶ୍ରୀମନ୍ଦିର ଫେରିଥାନ୍ତି। ଆଜି ସନ୍ଧ୍ୟା ଦର୍ଶନ ପାଇଁ ସନ୍ଧ୍ୟା ୬ଟା ଯାଏଁ ଚାଲିବ ଦର୍ଶନ। ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking