31.1 C
Bhubaneswar
Thursday, July 23, 2026
Homeଓଡିଶାଲଘୁଚାପ ବର୍ଷାରେ ବେହାଲ କଟକ

ଲଘୁଚାପ ବର୍ଷାରେ ବେହାଲ କଟକ

କଟକ : ରାଜ୍ୟରେ ଲଘୁଚାପର ପ୍ରଭାବରେ ଲଗାତାର ବର୍ଷା ଜାରି ରହିଛି । ଏହାର ପ୍ରଭାବ କଟକ ସହରରେ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ବର୍ଷା ପରେ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିବାରୁ ସାଧାରଣ ଜନଜୀବନ ବ୍ୟାହତ ହୋଇଛି । ରାସ୍ତାଘାଟ ଜଳମଗ୍ନ ହୋଇଥିବାରୁ ଲୋକମାନେ ନିତ୍ୟଦିନର କାର୍ଯ୍ୟରେ ଯିବା ଆସିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ବିଶେଷ କରି ଦୁଇଚକିଆ ଯାନ ଚାଳକମାନେ ଅଧିକ ହଇରାଣ ହେଉଛନ୍ତି । ରାସ୍ତା ଉପରେ ଜମି ରହିଥିବା ପାଣି ଯୋଗୁଁ ଗାତ ଓ ରାସ୍ତାର ପ୍ରକୃତ ସ୍ଥିତି ଜଣାପଡ଼ୁ ନଥିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଯାଇଛି । ଅନେକ ସ୍ଥାନରେ ଯାନବାହନ ଧୀର ଗତିରେ ଚଳାଚଳ କରୁଥିବାରୁ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି ।

ତେବେ କଟକ ସହରରେ ଜଳବନ୍ଦୀ ସମସ୍ୟା କୌଣସି ନୂଆ କଥା ନୁହେଁ । ପ୍ରତିବର୍ଷ ବର୍ଷା ହେଲେ ସହରର ବିଭିନ୍ନ ନିମ୍ନାଞ୍ଚଳ ଓ ପ୍ରମୁଖ ରାସ୍ତାରେ ପାଣି ଜମି ରହିଥାଏ । ଡ୍ରେନେଜ୍ ବ୍ୟବସ୍ଥାର ଅବ୍ୟବସ୍ଥା ଓ ବର୍ଷାଜଳ ନିଷ୍କାସନର ସମସ୍ୟା ଯୋଗୁଁ ଏହି ପରିସ୍ଥିତି ବର୍ଷକୁ ବର୍ଷ ଲାଗି ରହିଛି । ସହରବାସୀଙ୍କ ଅଭିଯୋଗ, ବର୍ଷା ପୂର୍ବରୁ ଡ୍ରେନ୍ ସଫେଇ ଓ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ପାଇଁ ଯୋଜନା ହେଉଥିଲେ ମଧ୍ୟ ପ୍ରକୃତରେ ତାହାର ପ୍ରଭାବ ଦେଖିବାକୁ ମିଳୁନାହିଁ । ତେଣୁ ପ୍ରତି ବର୍ଷାରେ ସମାନ ସମସ୍ୟା ଦେଖାଦେଉଛି । ସହରର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking