30 C
Bhubaneswar
Wednesday, July 22, 2026
Homeଓଡିଶାଲାଞ୍ଚ ନେଇ ଧରାପଡ଼ିଲେ (ଓଏଭି)ର ପ୍ରିନ୍ସପାଲ୍

ଲାଞ୍ଚ ନେଇ ଧରାପଡ଼ିଲେ (ଓଏଭି)ର ପ୍ରିନ୍ସପାଲ୍

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ପ୍ରିନ୍ସପାଲ୍। କଳାହାଣ୍ଡି ରାମପୁରର ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ପ୍ରିନ୍ସପାଲ୍ ସୀତାକାନ୍ତ ରାଣାଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି। ସେ ଏକ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତାଙ୍କଠାରୁ ଚଳିତ ବର୍ଷ ୨୦୨୬-୨୭ରେ ୩ ମାସ ପାଇଁ ବକେୟା ବିଲ୍ ପ୍ରଦାନ ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ବିଗତ କିଛି ସମୟ ଧରି କାର୍ଯ୍ୟକର୍ତ୍ତା ଅଭିଯୁକ୍ତ ଶ୍ରୀ ରାଣାଙ୍କୁ ବକେୟା ବିଲ୍ ପ୍ରଦାନ ପାଇଁ ଅନୁରୋଧ କରୁଥିଲେ। କିନ୍ତୁ ସେ ବକେୟା ବିଲ୍ ପ୍ରଦାନ ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଦାବି କରାଯାଇଥିବା ଲାଞ୍ଚ ଦେଇ ନପାରିବାରୁ, କାର୍ଯ୍ୟକର୍ତ୍ତା (ଅଭିଯୋଗକାରୀ) ଶ୍ରୀ ରାଣାଙ୍କ ଦ୍ୱାରା ହଇରାଣ କରାଯାଉଥିବା ଅଭିଯୋଗ କରି ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହି ମାମଲାରେ ଆଜି ଓଡ଼ିଶା ଭିଜିଲାନ୍ସର ଏକ ଦଳ ଅଭିଯୋଗକାରୀଙ୍କ ଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଶ୍ରୀ ରାଣାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଶ୍ରୀ ରଣାଙ୍କ କବଜାରୁ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଶ୍ରୀ ରଣାଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ସନ୍ଧାନ ଚାଲିଛି। ଏହି ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ପି.ଏସ୍. ମାମଲା ନଂ ୧୭/୨୦୨୬ ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ଶ୍ରୀ ସୀତାକାନ୍ତ ରଣାଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking