29.4 C
Bhubaneswar
Friday, July 17, 2026
Homeଓଡିଶାଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଟଣା ହେବ ତିନି ରଥ

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଟଣା ହେବ ତିନି ରଥ

ମୟୁରଭଞ୍ଜ  : ଭକ୍ତି, ଭାବ ଓ ପରମ୍ପରାର ଅନନ୍ୟ ସମନ୍ୱୟରେ ଚଳଚଞ୍ଚଳ ହୋଇଉଠିଛି ବାରିପଦା ସହର । ଗତକାଲି ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଗୋଟି ପହଣ୍ଡିରେ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ତିନି ରଥରେ ବିଜେ କରିଛନ୍ତି । ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପାଇଁ ସକାଳୁ ହିଁ ଭକ୍ତଙ୍କ ଭିଡ଼ ଜମିଛି । ପୁରୀ ରଥଯାତ୍ରାର ପରଦିନ ବାରିପଦା ଓ ନୀଳଗିରିରେ ରଥଟଣା ହେବା ଏକ ସ୍ୱତନ୍ତ୍ର ପରମ୍ପରା। ଆଜି ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହେବ । ବାରିପଦା ରଥଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଦେବୀ ସୁଭଦ୍ରାଙ୍କ ରଥଟଣା ।

ପରମ୍ପରା ଅନୁସାରେ କେବଳ ମହିଳା ଶ୍ରଦ୍ଧାଳୁମାନେ ଏହି ରଥର ଦଉଡ଼ି ଧରି ଟାଣିଥାନ୍ତି । ବର୍ଷକୁ ଥରେ ଏହି ଅନନ୍ୟ ଦୃଶ୍ୟ ଦେଖିବା ପାଇଁ ଦୂରଦୂରାନ୍ତରୁ ହଜାର ହଜାର ଭକ୍ତ ବାରିପଦାରେ ପହଞ୍ଚିଛନ୍ତି । ରଥଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁଲିସ୍, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି । ପାନୀୟ ଜଳ, ସ୍ୱାସ୍ଥ୍ୟ ଶିବିର, ଟ୍ରାଫିକ୍ ନିୟନ୍ତ୍ରଣ ଓ ଜରୁରୀକାଳୀନ ସେବାର ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ଭକ୍ତମାନେ ନିର୍ବିଘ୍ନରେ ରଥଯାତ୍ରାରେ ସାମିଲ ହୋଇପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking