27.8 C
Bhubaneswar
Wednesday, July 15, 2026
Homeଓଡିଶାମତ୍ସ୍ୟଜୀବୀଙ୍କ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ମତ୍ସ୍ୟଜୀବୀଙ୍କ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ଭୋଗରାଇ : ବଙ୍ଗୋପସାଗରରେ ମା କାଳୀ ନାମକ ଟ୍ରଲର ଦୁର୍ଘଟଣାରେ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧ ୩ ତାରିଖରେ ଦକ୍ଷିଣ ୨୪ ପ୍ରଗଣା ଜିଲା କାକଦ୍ୱୀପ ସୁପର ହସ୍ପିଟାଲକୁ ଅଣାଯାଇ ଶବ ବ୍ୟବଚ୍ଛେଦ କରାଯାଇଥିଲା । ତେବେ ୧୪ ତାରିଖରେ ଉକ୍ତ ଭଗ୍ନ ଟ୍ରଲରରୁ ଆଉ ଜଣେ ଅଚିହ୍ନା ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ମତ୍ସ୍ୟଜୀବୀ, ବନବିଭାଗ, ଭାରତୀୟ ତଟରକ୍ଷୀ ବାହିନୀ ଓ ପୋଲିସ ସହାୟତାରେ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି ।

ଏନେଇ ମୃତ ମତ୍ସ୍ୟଜୀବୀଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏବେବି ଅନ୍ୟ ୫ ଜଣ ମତ୍ସ୍ୟଜୀବୀ ନିଖୋଜ ଥିବାବେଳେ ସମୁଦ୍ରରେ ତଟରକ୍ଷୀ ବାହିନୀ, କାକଦ୍ୱୀପ- ନାମଖାନାର ମତ୍ସ୍ୟଜୀବୀ ସଂଗଠନର ମିଳିତ ତଲାସୀ ଜାରିରଖିଛନ୍ତି । ଶବ ଚି଼ହ୍ନଟ ନିମନ୍ତେ ମୃତ ମତ୍ସ୍ୟଜୀବୀ ପରିବାର ଡିଏନଏ ରକ୍ତ ନମୁନା ସଂଗ୍ରହ କରାଯାଇଛି ।

ସୂଚାନୁଯାୟୀ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁଗତ ୨ ତାରିଖରୁ ୧ ୫ ମତ୍ସ୍ୟଜୀବୀଙ୍କୁ ନେଇଁ ଉକ୍ତ ଟ୍ରଲର ଇଲିସି ସନ୍ଧାନରେ ଗଭୀର ସମୁଦ୍ରକୁ ଯାଇଥିଲା । ସମୁଦ୍ର ଝଡ଼ରେ ଉକ୍ତ ଟ୍ରଲରଟି ବକଖାଲି ଠାରୁ ୩୫ କିମି ଦୂରରେ ଭାରସାମ୍ୟ ହରାଇ ୫ ତାରିଖ ରାତିରେ ଓଲଟି ପଡିବାରୁ ଯୋଗାଯୋଗ ବିଛିନ୍ନ ହୋଇଥିଲା । ସମୁଦ୍ର ଜୁଆରରେ ଉକ୍ତ ଟ୍ରଲର ଭାସିଆସି ରକ୍ତେଶ୍ଵର ଚଢ଼ରେ ଲାଗିଥିବା ଠାବ ପରେ ସେଠାରୁ ଟ୍ରଲରକୁ ଟାଣି କୂଳକୁ ଅଣାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking