31 C
Bhubaneswar
Thursday, July 9, 2026
Homeଦେଶ ବିଦେଶପ୍ରବଳ ବର୍ଷା : ଦିଲ୍ଲୀ-ଏନସିଆରରେ ବନ୍ୟା ପରିସ୍ଥିତି ସୃଷ୍ଟି

ପ୍ରବଳ ବର୍ଷା : ଦିଲ୍ଲୀ-ଏନସିଆରରେ ବନ୍ୟା ପରିସ୍ଥିତି ସୃଷ୍ଟି

ନୂଆଦିଲ୍ଲୀ: ଲଗାଣ ବର୍ଷା ପ୍ରଭାବରେ ଚାରିଆଡେ ଜଳାର୍ଣ୍ଣବ ସ୍ଥିତି ।ଦିଲ୍ଲୀ-ଏନସିଆରରେ ବନ୍ୟା ପରିସ୍ଥିତି ସୃଷ୍ଟି । ଗୁରୁବାର ଦିନ ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ପ୍ରବଳ ବର୍ଷା କାରଣରୁ ରାସ୍ତା ଉପରେ ଲହଡୀ ମାରୁଛି ପାଣି । ଯାତାୟତ ସମ୍ପୁର୍ଣ୍ଣ ଠପ ହୋଇଯାଇଛି । ଏମିତିକି ପାଣିରେ ଯାନବାହାନ ଗୁଡିକର ଅଧା ଅଂଶ ବୁଡି ଯାଇ ବହୁ କଷ୍ଟରେ ଆତଜାତ ହେଉଛନ୍ତି । ପ୍ରବଳ ବର୍ଷା କାରଣରୁ କିଛି ଜାଗାରେ ବଡ ବଡ ଗଛ ଉପୁଡି ପଡିଛିି । ଯାତାୟତରେ ବାଧାପ୍ରାପ୍ତ ଉପୁଜିଛି । ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ନିର୍ଦ୍ଦିଷ୍ଟ ସମସ ସୀମା ଭିତରେ ସେମାନେ କାର୍ଯ୍ୟସ୍ଥଳରେ ପହଞ୍ଚିପାରୁ ନାହାନ୍ତି । ଏନେଇ ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ ଦିଲ୍ଲୀ ପାଇଁ ରେଡ ଆଲର୍ଟ ଜାରି କରିଛି । ଦିଲ୍ଲୀ, ହରିୟାଣା , ଚଣ୍ଡିଗଡ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଜୁଲାଇ ୧୦ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୨. ୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking